ସମ୍ବଲପୁର:ଓଲିଉଡ ଅଭିନେତା ମନୋଜ ମିଶ୍ରଙ୍କୁ ୨ ବର୍ଷ ପାଇଁ ବ୍ୟାନ କରିବା ଘଟଣା । ଏନେଇ ବର୍ତ୍ତମାନ ପ୍ରତିକ୍ରିୟା ଦେଇଛନ୍ତି ମନୋଜ ମିଶ୍ର । ସେ କହିଛନ୍ତି, ମୁଁ ଫିଲ୍ମ ରାମକୁ ଦେଖିବାକୁ ଲୋକଙ୍କୁ ମନା କରିନାହିଁ । ଏହି ସମସ୍ତ କଥାକୁ ଭୁଲି ମିଳିମିଶି ଏକାଠି କାମ କରିବାକୁ ଚାହୁଁଛି । ଏବଂ ଓଡ଼ିଆ ସିନେମାକୁ ରାଷ୍ଟ୍ରୀୟ ସ୍ତରରେ ପହଞ୍ଚାଇବାକୁ ଉଦ୍ୟମ କରିବା ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ସେ ରାମ ଫିଲ୍ମକୁ ସମ୍ବଲପୁରର କୌଣସି ହଲରେ ପ୍ରତିବାଦ କରିବାକୁ କହିନାହାଁନ୍ତି l ଓଡ଼ିଆ ଫିଲ୍ମ ଜାତୀୟ ସ୍ତରକୁ ପହଞ୍ଚୁ ବୋଲି ସେ ଚାହାଁନ୍ତି l ଏଥିପାଇଁ ସମସ୍ତେ ମିଳିମିଶି କାମ କରିବା ଓ ଓଡ଼ିଆ ଫିଲ୍ମକୁ ରାଷ୍ଟ୍ରୀୟ ସ୍ତରରେ ପହଞ୍ଚେଇବା ବୋଲି ସେ ଅଭିନେତା ଅନୁଭବ ମହାନ୍ତି ଓ ଅରିନ୍ଦମଙ୍କୁ କହିଛନ୍ତି । ସେ କହିଛନ୍ତି ଏହା ସହ ପୂର୍ବରୁ ସେ ଅନୁଭବ ଓ ଅରିନ୍ଦମଙ୍କୁ ଫୋନରେ କଲ କରିଥିଲେ ସୁଦ୍ଧା ସେମାନେ ତାଙ୍କ ଫୋନ ଉଠାଇ ନଥିଲେ ଓ କଲ ବ୍ୟାକ କରି ନଥିଲେ । ଅନ୍ୟପଟେ ସେ ତାଙ୍କ ଫିଲ୍ମ ମାଇଣ୍ଡ ଗେମ ଦେଖିବାକୁ କହିବା ପାଇଁ ଅରିନ୍ଦମ ଓ ଅନୁଭବଙ୍କୁ ଅନେକ ଥର କଲ କରିଥିଲେ ଓ ମେସେଜ ମଧ୍ୟ ଦେଇଥିଲେ । କିନ୍ତୁ ଉଭୟ କୌଣସି ଉତ୍ତର ଦେଇନଥିଲେ ବୋଲି କହିଛନ୍ତି l