ଓଡିଶା

odisha

ETV Bharat / state

ସମ୍ବଲପୁରରେ ରୁରାଲ ହାଉସିଂ ଯୋଜନା ନେଇ କର୍ମଶାଳା - ପ୍ରୋଜେକ୍ଟ

ସମ୍ବଲପୁର ଜିଲ୍ଲାର ଡିଆରଡିଏ ସମ୍ମିଳନୀ କକ୍ଷରେ ଆଜି ସମ୍ବଲପୁର ସମେତ 4 ଟି ଜିଲ୍ଲାର ରୁରାଲ ହାଉସିଂ ଯୋଜନାର ବ୍ଲକ ପ୍ରୋଜେକ୍ଟ କୋଅଡିନେଟର ଓ ବ୍ଲକ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

By

Published : Aug 27, 2019, 7:00 PM IST

ସମ୍ବଲପୁର: ଜିଲ୍ଲାର ଡିଆରଡିଏ ସମ୍ମିଳନୀ କକ୍ଷରେ ଆଜି ସମ୍ବଲପୁର ସମେତ 4 ଟି ଜିଲ୍ଲାର ରୁରାଲ ହାଉସିଂ ଯୋଜନାର ବ୍ଲକ ପ୍ରୋଜେକ୍ଟ କୋଡିନେଟର ଓ ବ୍ଲକ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସରକାରଙ୍କ 'ପି ଆର ଆଣ୍ଡ ଡି ଡବ୍ଲ୍ୟୁ' ବି ବିଭାଗର ଡେପୁଟି ସେକ୍ରେଟାରୀ ଯୋଗ ଦେଇ ରୁରାଲ ହାଉସିଂ ପ୍ରକଳ୍ପର ସଫଳ ରୂପାୟନ ପାଇଁ ବିଭିନ୍ନ ପ୍ରକାର ଦିଗ ଉପରେ ଆଲୋଚନା କରିଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

କେବଳ ସେତିକି ନୁହେଁ ରାଜ୍ୟ ସରକାରଙ୍କ ଖସଡ଼ା ଓ ଲକ୍ଷ୍ୟ ବାବଦରେ ଅବଗତ କରାଯାଇଥିଲା । ସମ୍ବଲପୁର ଡିଆରଡିଏ ସମ୍ମିଳନୀ କକ୍ଷରେ 4 ଟି ଜିଲ୍ଲାର ରୁରାଲ ହାଉସିଂ ଯୋଜନା ପାଇଁ କାର୍ଯ୍ୟ କରୁଥିବା ବିପିସି ଓ ବିପିଏ ମାନଙ୍କର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ବରଗଡ ଜିଲ୍ଲାରେ UNDP ଯୋଜନା ଦ୍ବାରା ନିଯୁକ୍ତ ଏହି କର୍ମଚାରୀ ମାନଙ୍କୁ ରାଜ୍ୟ ସରକାରଙ୍କ ପିଆର ଆଣ୍ଡ ଡିଡବ୍ଲୁ ବିଭାଗର ଡେପୁଟି ସେକ୍ରେଟାରୀ ରୁରାଲ ହାଉସିଂ ଯୋଜନାର ସଫଳତା ଉପରେ ଆଲୋକପାତ କରିଥିଲେ ।

ଯେପରିକି ହିତାଧିକାରୀର ଅସୁବିଧା କିପରି ହେବନି, ସଠିକ ସମୟରେ ଘର ନିର୍ମାଣ ସମ୍ପୂର୍ଣ୍ଣ, ସଠିକ ସମୟରେ ହିତାଧିକାରୀ କିପରି ଟଙ୍କା ପାଇ ପାରିବେ ସେ ନେଇ ଗୁରୁତ୍ବାରୋପ କରିଥିଲେ । ଆସନ୍ତାକାଲି 8 ଟି ଜିଲ୍ଲାର ବିଡ଼ିଓ ଓ ଏମାନଙ୍କୁ ଏହି ଯୋଜନାର ସଫଳ ରୂପାୟନ ପାଇଁ ଟ୍ରେନିଂ ଦିଆଯିବ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details