ସମ୍ବଲପୁର: ଭୁଲ ଟ୍ରେନରେ ବସି ଫସିଲେ ବଙ୍ଗୀୟ ମହିଳା । ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ଜଣେ ମହିଳା ଅଜାଣତରେ ଭୁଲ ଟ୍ରେନରେ ବସି ସମ୍ବଲପୁରରେ ପହଞ୍ଚିଛନ୍ତି । ରାସ୍ତାରେ ଅସହାୟ ଭାବରେ ବୁଲୁଥିବା ବେଳେ ସଦର ଥାନା ପୋଲିସ ତାଙ୍କୁ ଉଦ୍ଧାର କରି ଓ୍ବାନ ଷ୍ଟପ ସେଣ୍ଟର ସଖିକୁ ହସ୍ତାନ୍ତରିତ କରିଛି । ଉଭୟ ପୋଲିସ ଓ ସଖୀ ପକ୍ଷରୁ ମହିଳାଙ୍କୁ ଘରକୁ ପଠାଇବା ପାଇଁ ହୁଗୁଳି ଜିଲ୍ଲାର ପାଣ୍ଡଓ୍ବା ଥାନା ସହିତ ଯୋଗାଯୋଗ କରାଯାଇଥିଲେ ବି କୌଣସି ଲାଭ ହୋଇନଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ହୁଗୁଳି ଜିଲ୍ଲାର ଏହି ମହିଳା ନିଜ ରାଜ୍ୟର ପାଖ ଜିଲ୍ଲାରେ ଥିବା ତାଙ୍କ ଭଉଣୀ ଘରକୁ ଯିବାର ଥିଲା । ମାତ୍ର ସେ ଭଉଣୀ ଘରକୁ ଯିବା ପାଇଁ ଟ୍ରେନରେ ଚଢିବା ବେଳେ ଭୁଲ ଟ୍ରେନରେ ବସି ସମ୍ବଲପୁର ଆସିଥିବା କହିଛନ୍ତି ।