ସମ୍ବଲପୁର: ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର କିସିଣ୍ଡା ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। କିସିଣ୍ଡା ଥାନା ଅନ୍ତର୍ଗତ ଜଣେ ୧୭ ବର୍ଷୀୟ ନାବାଳିକାକୁ ବସନ୍ତ ସାହୁ ନାମକ ଜଣେ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ଦୁଷ୍କର୍ମ ଅଭିଯୁକ୍ତ ଯୁବକ ଜଣକ ରେଢାଖୋଲ ଥାନା ଅନ୍ତର୍ଗତ ସାମପୁର ଗ୍ରାମର ବସନ୍ତ ସାହୁ ବୋଲି ଜଣାପଡିଛି। ଅଭିଯୁକ୍ତ ବସନ୍ତ ନାବାଳିକାକୁ ରେଢାଖୋଲକୁ ଆଣି ସେଠାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ପରେ ଏନେଇ ନାବାଳିକା ଜଣକ ରେଢାଖୋଲ ଥାନାକୁ ଅଭିଯୋଗ କରିବା ପାଇଁ ଆସିବା ପରେ ତାଙ୍କ ଘର କିସିଣ୍ଡା ଥାନା ଅନ୍ତର୍ଗତ ହୋଇଥିବାରୁ ତାଙ୍କୁ କିସିଣ୍ଡା ଥାନାକୁ ପଠାଇ ଦିଆଯାଇଥିଲା।ଏହା ପରେ କିସିଣ୍ଡା ଥାନାରେ ଏନେଇ ଅଭିଯୋଗ ହେବା ପରେ ପିଡ଼ୀତାଙ୍କୁ ଡାକ୍ତରୀମାଇନା ପାଇଁ ରେଢାଖୋଲ ଡାକ୍ତରଖାନାକୁ ପଠାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଯୁବକ ବିରୋଧରେ ଅପହରଣ, ଦୁଷ୍କର୍ମ ଓ ବିକ୍ରି ଉଦ୍ୟମରେ ପୋଲିସ ମାମଲା ରୁଜୁ କରି ଆଇପିସିର ଦଫା 363, 366(ଏ), 342, 37-2 ମାମଲା ଲଗାଇଛି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ