ଓଡିଶା

odisha

ETV Bharat / state

ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୄତଦେହ ଉଦ୍ଧାର, ହତ୍ୟା ସନ୍ଦେହ - ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୄତଦେହ ଉଦ୍ଧାର

ସମ୍ବଲପୁର ଜିଲ୍ଲା ଜୁଜୁମୁରା ଥାନା ଅନ୍ତର୍ଗତ ଜଙ୍ଗଲରୁ ଜଣେ ନିଖୋଜ ଯୁବକର ମୄତଦେହ ଉଦ୍ଧାର କରିଛି ଯୁଯୁମୁରା ପୋଲିସ । ପ୍ରାଥମିକ ତଦନ୍ତରୁ ମୄତ ଯୁବକର ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ । ଅଧିକ ପଢନ୍ତୁ...

a man dead body recovered from the forest
ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୄତଦେହ ଉଦ୍ଧାର, ହତ୍ୟା ସନ୍ଦେହ

By

Published : Oct 17, 2020, 7:07 PM IST

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜୁଜୁମୁରା ଥାନା ଅନ୍ତର୍ଗତ ଜଙ୍ଗଲରୁ ଜଣେ ନିଖୋଜ ଯୁବକର ମୄତଦେହ ଉଦ୍ଧାର କରିଛି ଯୁଯୁମୁରା ପୋଲିସ । ପ୍ରାଥମିକ ତଦନ୍ତରୁ ମୄତ ଯୁବକର ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ ।

ମୄତ ଯୁବକ ଜଣକ ହେଲେ ଜୁଜୁମୁରା ଥାନା ଝାଡୁମୁଣ୍ଡା ଗାଁର ନିଲାମ୍ବର ବନଛୋର । ନିଲାମ୍ବର ଗତ କିଛି ଦିନ ହେବ ନିଖୋଜ ଥିଲେ । ନିଲାମ୍ବର ନିଜ ମାମୁଁ ଘର ଝାଙ୍କରପାଲି ଠାରୁ ନିଜ ଘରକୁ ଫେରିବା ସମୟରେ ନିଖୋଜ ହୋଇଯାଇଥିବା ପରିବାରବର୍ଗ ଜୁଜୁମୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୄତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଏନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ନିଲାମ୍ବରଙ୍କ ମୄତଦେହକୁ ଜୁଜୁମୁରା ବାନ୍ଦେଲ ସଂରକ୍ଷିତ ଜଙ୍ଗଲର କବାଟଦୁଆର ଅଞ୍ଚଳରେ ଠାବ କରିଛି । ମୄତଯୁବକଙ୍କ ପରିବାର ଲୋକେ ନିଲାମ୍ବରକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ଜୁଜୁମରା ପୋଲିସ ଏକ ହତ୍ୟା ମାମଲା ଦାୟର କରି ତଦନ୍ତ ଚଲାଇଛି ।

ତେବେ ଜଙ୍ଗଲ ମଧ୍ୟରେ ବନ୍ୟଜନ୍ତୁଙ୍କ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୄତ ଯୁବକ ନିଲାମ୍ବର ଅର୍ଦ୍ଧଦଗ୍ଧ ହୋଇଯିବା ପରେ ଏହି ଘଟଣା ଲୁଚାଇବା ପାଇଁ ନିଲାମ୍ବରଙ୍କ ଗଳା କାଟି ହତ୍ୟା କରାଯାଇ ଜଙ୍ଗଲରେ ଫିଙ୍ଗି ଦିଆଯାଇଥିବାର ସାଧାରଣରେ ଅଭିଯୋଗ ହେଉଛି ।

ଅପରପକ୍ଷରେ ଜୁଜୁମୁରା ପୋଲିସ ହତ୍ୟାକାଣ୍ଡ ଘଟଣାର ଏହି ଦିଗରେ ମଧ୍ୟ ତଦନ୍ତ ଚଲାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଛାନଭିନ ଆରମ୍ଭ କରିବା ସହ ମୄତଦେହ ବ୍ୟବଛେଦ ପାଇଁ ପଠାଇ ପୋଲିସ ତାର ତଦନ୍ତ ଯାରି ରଖିଛି ।


ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details