ଓଡିଶା

odisha

ETV Bharat / state

ଅମିନଙ୍କ ଉପରେ ଆକ୍ରମଣ ଘଟଣା: ପ୍ରତିବାଦରେ କର୍ମୀଙ୍କ କଲମ ଛାଡ଼ ଆନ୍ଦୋଳନ - ତହସିଲଦାରଙ୍କୁ ଦାବିପତ୍ର

ଅମିନଙ୍କ ଉପରେ ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ତହସିଲ କାର୍ଯ୍ୟାଳୟ ଓ କ୍ଷେତ୍ର କର୍ମଚାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Aug 22, 2019, 12:59 PM IST

ସମ୍ବଲପୁର: ଅମିନଙ୍କୁ ମାଡମରା ଘଟଣାର ପ୍ରତିବାଦରେ ତହସିଲ କାର୍ଯ୍ୟାଳୟ ଓ କ୍ଷେତ୍ର କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ । ସମ୍ବଲପୁର ରେଙ୍ଗାଲି ତହସିଲ କାର୍ଯ୍ୟାଳୟ ଭିତରେ ଜଣେ ଅମିନଙ୍କୁ ଆକ୍ରମଣ କରିବା ଅଭିଯୋଗ ହୋଇଥିଲା । ଯାହାର ପ୍ରତିବାଦ କରି କଲମ ଛାଡ଼ ଆନ୍ଦୋଳନ କରିବା ସହ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ତହସିଲ କାର୍ଯ୍ୟାଳୟ ଓ କ୍ଷେତ୍ର କର୍ମଚାରୀ ।

ଜାତିଆଣ ଆକ୍ଷେପ କରି ରେଙ୍ଗାଲି ତହସିଲ କାର୍ଯ୍ୟାଳୟ ଭିତରେ ଜଣେ ଅମିନଙ୍କୁ ଆକ୍ରମଣ କରାଯାଇଥିଲା । ମିଳିଥିବା ସୂଚନା ମୁତାବକ, ରେଙ୍ଗାଲି ତହସିଲ ଅନ୍ତର୍ଗତ ଅମିନ କାରମା ଖଡ଼ିଆଙ୍କୁ ବ୍ରାହ୍ମଣୀପଲି ଗାଁର ହେମନ୍ତ ଦାସ ନାମକ ଜଣେ ଯୁବକ ରେଙ୍ଗାଲି ତହସିଲ କାର୍ଯ୍ୟାଳୟ ଭିତରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏହି ଘଟଣା ସିସିଟିଭିରେ କଏଦ ହେବା ପରେ ରେଙ୍ଗାଲି ଥାନାରେ ଏତଲା ଦିଆଯାଇଥିଲା । ଘଟଣାର ପ୍ରତିବାଦ କରି କଲମ ଛାଡ଼ ଆନ୍ଦୋଳନ କରିବା ସହ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଦାବିପତ୍ର ପ୍ରଦାନ କରିଛନ୍ତି । ଅଭିଯୁକ୍ତର ଗିରଫଦାରୀ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି କର୍ମଚାରୀ ।

ସମ୍ବଲପୁର ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details