ସମ୍ବଲପୁର: ବୁଲା କୁକୁରକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗରେ ଧନୁପାଲି ପୋଲିସ ଜଣେ ବ୍ୟକ୍ତିକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସର୍ଲାକାନୀ ,ଏଲଆଇସି କଲୋନୀର ବିପିନ ଖାଲକୋ । ସେ ଜଣେ ବିଏସ ଏନଏଲର ଅବସର ପ୍ରାପ୍ତ କର୍ମଚାରୀ ବୋଲି ଜଣାପଡିଛି ।
ବୁଲା କୁକୁରକୁ ହତ୍ୟା ଅଭିଯୋଗରେ ବନ୍ଧା ହେଲେ ଯୁବକ - street dog killing alligation
ବୁଲା କୁକୁରକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗରେ ବନ୍ଧା ହେଲେ ଯୁବକ । ପିପୁଲ ଫର ଆନିମଲ ଅନୁଷ୍ଠାନ କାର୍ଯ୍ୟାନୁଷ୍ଠାନ ପାଇଁ କରିଥିଲା ଦାବି । ଅଧିକ ପଢନ୍ତୁ...
ବୁଲା କୁକୁରକୁ ହତ୍ୟା ଅଭିଯୋଗରେ ବନ୍ଧା ହେଲେ ଯୁବକ
ଘଟଣାକୁ ନେଇ ମିଳିଥିବା ସୂଚନା ଅନୁସାରେ ରବିବାର ସକାଳେ ନିଜ ଘର ପାଖରେ ଗୋଟିଏ ବୁଲା କୁକୁରକୁ ପିଟିପିଟି ମାରି ଥିବାର ସ୍ଥାନୀୟ ଲୋକ ଦେଖିଥିଲେ । ଏନେଇ ସ୍ଥାନୀୟ ଲୋକ ପିପୁଲ ଫର ଆନିମଲ ଅନୁଷ୍ଠାନକୁ ସୂଚନା ଦେବାପରେ ଉକ୍ତ ଅନୁଷ୍ଠାନ ପକ୍ଷରୁ ଧନୁପାଲି ଥାନାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦିଆଯାଇଥିଲା । ଏତଲା ଦିଆଯିବା ପରେ ଧନୁପାଲି ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ବିପିନ ଖାଲୋକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ