ଓଡିଶା

odisha

ETV Bharat / state

ମାଗଣାରେ ଏକ ହଜାର ହରବାଲ ସାନିଟାଇଜର ବାଣ୍ଚିଲେ ଚାଷୀ

କୋରୋନାକୁ ନେଇ ସବୁଆଡ଼େ ସାନିଟାଇଜରର ଘୋର ଅଭାବ ଦେଖା ଯାଉଥିବା ବେଳେ ଜଣେ ନିଜେ ହର୍ବାଲ ସାନିଟାଇଜର ତିଆରି କରିବା ଚର୍ଚ୍ଚାର ବିଷୟ ପାଲିଟିଛି । ତେବେ ସେ ଜଣେ ଉଚ୍ଚ ଶିକ୍ଷିତ ଯୁବ ଚାଷୀ ହୋଇଥିବା ବେଳେ 1000 ଲୋକଙ୍କୁ ମାଗଣାରେ ସେନିଟାଇଜର ବାଣ୍ଟିବା ଲକ୍ଷ୍ୟ ରଖିଛନ୍ତି । ଅଧିକ ପଢନ୍ତୁ...

By

Published : Mar 31, 2020, 9:26 AM IST

A farmer sold herbal sanitizer for free
ମାଗଣାରେ ହରବାଲ ସାନିଟାଇଜର ବାଣ୍ଚିଲେ ଚାଷୀ

ସମ୍ବଲପୁର: ଏବେ ସାରା ବିଶ୍ବ କୋରୋନା ଆତଙ୍କରେ ଆତଙ୍କିତ । କୋରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢୁଥିବାରୁ ସାରା ବିଶ୍ବରେ ଭୟର ବାତାବରଣ ଖେଳିଯାଇଛି । ତେବେ ଏହି ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଦେଶବ୍ୟାପୀ 21 ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଏଭଳି ସ୍ଥିତିରେ ଲୋକଙ୍କୁ ସତର୍କତା ଅବଲମ୍ବନ ପାଇଁ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ସଚେତନ କରାଉଛନ୍ତି । ତେଣୁ ସମ୍ବଲପୁରରେ ମଧ୍ୟ ଏନେଇ ଜିଲ୍ଲା ପ୍ରଶାସନ ସଚେତନତା ସୃଷ୍ଟି କରିବା ସହ ମାସ୍କ ଓ ସାନିଟାଇଜରର ବ୍ୟବହାର ଉପରେ ଗୁରୁତ୍ବ ଦେଉଥିବା ବେଳେ ସାନିଟାଇଜରର ଘୋର ଅଭାବ ପରିଲକ୍ଷିତ ହୋଇଛି । ଏଭଳି ପରିସ୍ଥିତିର ମୁକାବିଲା ପାଇଁ ସମ୍ବଲପୁରର ଜଣେ ଉଚ୍ଚ ଶିକ୍ଷିତ ଯୁବ ଚାଷୀ ଦିବ୍ୟରାଜ ବେରିହା ନିଜେ ହର୍ବାଲ ସାନିଟାଇଜର ତିଆରି କରି ଲୋକଙ୍କୁ ମାଗଣାରେ ବାଣ୍ଟିବା ଚର୍ଚ୍ଚାର ବିଷୟ ପାଲିଟିଛି ।

ମାଗଣାରେ ହରବାଲ ସାନିଟାଇଜର ବାଣ୍ଚିଲେ ଚାଷୀ

ପୂର୍ବରୁ ସେ ଜୈବିକ ଉପାୟରେ କଳାବତୀ ଧାନ ଚାଷ ଓ ବାୟୋଫ୍ଲେକ ମାଛ ଚାଷ କରି ନିଜର ପରିଚୟ ସୃଷ୍ଟି କରିଛନ୍ତି । ଏବେ ପୁଣି କୋରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି ଦିବ୍ୟରାଜ । ସେ କେତେକ ଔଷଧୀୟ ବୃଷ ଚାଷ କରି ଏନେଇ ଅନେକ ଗବେଷଣା କରୁଛନ୍ତି । ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ସାନିଟାଇଜର ତିଆରି କରି ମୁଖ୍ୟତଃ ଗରିବଲୋକ ଏବଂ ବାହାରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀଙ୍କୁ ବାଣ୍ଟୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ 250 ଜଣଙ୍କୁ ଏହି ସାନିଟାଇଜର ବାଣ୍ଟି ସାରିଥିବା ବେଳେ 1000 ଲୋକଙ୍କୁ ମାଗଣାରେ ବାଣ୍ଟିବାର ଲକ୍ଷ୍ୟ ରଖିଛନ୍ତି । ସେ ତାଙ୍କର ‘DR Biotech’ ସଂସ୍ଥା ପକ୍ଷରୁ ଏହି ସାନିଟାଇଜର ତିଆରି କରିଥିବା କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଯୁସ୍ମନ କୁମାର ରଣା, ଇଟିଭି ଭାରତ

ABOUT THE AUTHOR

...view details