ଓଡିଶା

odisha

ETV Bharat / state

କୋରୋନାରୁ ସୁସ୍ଥ ହେଲେ 90 ବର୍ଷୀୟ ମହିଳା, ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ - ସମ୍ବଲପୁର ଦେଲେଇପଡା ସାନ ସଡକ ଅଞ୍ଚଳ

ସମ୍ବଲପୁର ଦେଲେଇପଡା ସାନ ସଡକ ଅଞ୍ଚଳ ର 90 ବର୍ଷୀୟ ସେହନାଜ ବେଗମ କୋରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

କୋରୋନାରୁ ସୁସ୍ଥ ହେଲେ 90 ବର୍ଷୀୟ ମହିଳା, ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
କୋରୋନାରୁ ସୁସ୍ଥ ହେଲେ 90 ବର୍ଷୀୟ ମହିଳା, ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

By

Published : Oct 3, 2020, 6:58 PM IST

ସମ୍ବଲପୁର: କୋରୋନାକୁ ହରାଇଲେ ସମ୍ବଲପୁରର 90 ବର୍ଷୀୟ ମହିଳା । ସମ୍ବଲପୁର ଦେଲେଇପଡା ସାନ ସଡକ ଅଞ୍ଚଳ ର 90 ବର୍ଷୀୟ ସେହନାଜ ବେଗମ କୋରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

କୋରୋନାରୁ ସୁସ୍ଥ ହେଲେ 90 ବର୍ଷୀୟ ମହିଳା, ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

ଗତମାସ 16 ତାରିଖରେ ଜ୍ଵର ହେବାରୁ ତାଙ୍କର କୋଭିଡ ପରୀକ୍ଷା ହୋଇଥିଲା । 2 ଦିନ ପରେ 18 ତାରିଖରେ ତାଙ୍କର କୋଭିଡ ପଜିଟିଭ ଆସିଥିଲା । ଏହାପରେ ତାଙ୍କୁ ହୋମ ଆଇସୋଲେସନରେ ରଖା ଯାଇଥିଲା । ତେବେ ତାଙ୍କର ଅକ୍ସିଜେନ ମାତ୍ରା କମିଯିବାରୁ ସମ୍ବଲପୁର କୋଭିଡ ହସ୍ପିଟାଲକୁ ପଠା ଯାଇଥିଲା। ଆଉ ବର୍ତ୍ତମାନ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏଥିପାଇଁ ତାଙ୍କର ପରିବାର ଲୋକେ ସମ୍ବଲପୁର ଜିଲ୍ଲା ପ୍ରଶାସନ, ଡାକ୍ତର ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ତାଙ୍କର ପରିବାର ଲୋକେ ପ୍ରତ୍ୟେକ କୋରୋନା ରୋଗୀଙ୍କୁ ଧର୍ଯ୍ୟର ସହ ମୁକାବିଲା କରିବାକୁ କହିଛନ୍ତି।

ସମ୍ବଲପୁରର ଏହି 90 ବର୍ଷୀୟ ବୃଦ୍ଧାଙ୍କୁ ମଧୁମେହ, ହୃଦ ରୋଗ, ଉଚ୍ଚ ରକ୍ତ ଚାପ ରୋଗ ଥାଇ ମଧ୍ୟ ସେ କୋରୋନାକୁ ପରାସ୍ତ କରିଛନ୍ତି । ଯାହା ସମସ୍ତଙ୍କ ପାଇଁ ପ୍ରେରଣା ନିଶ୍ଚୟ ।

ସମ୍ବଲପୁରରୁ ବାଦଶାହା ଜୁଶ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details