ଓଡିଶା

odisha

ETV Bharat / state

ସମ୍ବଲପୁରରୁ 91 କୋରୋନା ପଜିଟିଭ ଚିହ୍ନଟ

ସମ୍ବଲପୁର ଜିଲ୍ଲାରେ ଶୁକ୍ରବାର 91 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କୋଭିଡ ଯୋଦ୍ଧା ଅଛନ୍ତି । ଅଧିକ ପଢନ୍ତୁ..

By

Published : Sep 11, 2020, 6:03 PM IST

ସମ୍ବଲପୁରରୁ 91 କୋରୋନା ପଜେଟିଭ ଚିହ୍ନଟ
ସମ୍ବଲପୁରରୁ 91 କୋରୋନା ପଜେଟିଭ ଚିହ୍ନଟ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଶୁକ୍ରବାର 91 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କୋଭିଡ ଯୋଦ୍ଧା ଅଛନ୍ତି । ଏହା ସହ ଆଜି ସମ୍ବଲପୁର ଜିଲ୍ଲାର ଜଣେ ବ୍ୟକ୍ତି କୋରୋନାରେ ମୃତ୍ୟୁବରଣ କରିଥିବା ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ଅକ୍ରାନ୍ତ ମାନେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳ, ରେଙ୍ଗାଲୀ ଅଞ୍ଚଳର ଅଟନ୍ତି। ସମସ୍ତ ଅକ୍ରାନ୍ତ ଆକ୍ଟିଭ ସର୍ଭିଲାନ୍ସ ଟିମ ଦ୍ୱାରା ଚିହ୍ନଟ ହୋଇଛନ୍ତି।

ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠେଇ ଦିଆଯାଇଛି। ଆଜି ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଟ କରୋନା ଅକ୍ରାନ୍ତଙ୍କ ସଂଖ୍ୟା 3734 ହୋଇଥିବା ବେଳେ 2938 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ସମ୍ବଲପୁର ଜିଲାରେ 780 ଆକ୍ଟିଭ କେସ ରହିଥିବା ବେଳେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସରକାରୀ ସୂଚନା ମୁତାବକ 16 ଜଣ
କୋରୋନାରେ ମୃତ୍ୟୁବରଣ କରିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details