ସମ୍ୱଲପୁର: ଆଜି ସମ୍ବଲପୁର ଜିଲ୍ଲାରେ 81 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ସମ୍ବଲପୁର ଜିଲ୍ଲାରେ କୋରୋନାରେ 4 ଜଣ ପ୍ରାଣ ହରେଇଥିବା ଆଜି ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଟ 7 ଜଣଙ୍କ କୋରୋନା ଜନିତ ମୃତ୍ୟୁ ହୋଇଥିବା ସରକାରୀ ସ୍ତରରେ ପୁଷ୍ଟି କରଯାଇଛି ।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ 24ଟି ସ୍ଥାନୀୟ ସଂକ୍ରମିତ ଥିବାବେଳେ 57 ଜଣ ଆକ୍ଟିଭ ସର୍ଭିଲେନ୍ସ ଟିମ ଦ୍ୱାରା ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତମାନେ ସମ୍ବଲପୁର ମହାନଗର, ରେଙ୍ଗାଲୀ, ମାନେଶ୍ୱର, ଯୁଜୁମୁରା, କୁଚିଣ୍ଡା, ଜମେନକିରା ଓ ନାକଟିଦେଉଳ ଅଞ୍ଚଳର ଅଟନ୍ତି ।