ଓଡିଶା

odisha

ETV Bharat / state

ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ 8ଟି ଗେଟ - ବନ୍ୟାଜଳ

ବନ୍ଦ ହେଲା ହୀରାକୁଦର ଆଉ 8ଟି ଗେଟ୍ । ବର୍ତ୍ତମାନ 4ଟି ଗେଟ ଯୋଗେ ଜାରି ରହିଛି ବନ୍ୟାଜଳ ନିଷ୍କାସନ । ଅଧିକ ପଢନ୍ତୁ...

ବନ୍ଦ ହେଲା ହୀରାକୁଦର ଆଉ 8ଟି ଗେଟ୍
ବନ୍ଦ ହେଲା ହୀରାକୁଦର ଆଉ 8ଟି ଗେଟ୍

By

Published : Sep 24, 2021, 9:39 AM IST

ସମ୍ବଲପୁର:ବନ୍ଦ ହେଲା ହୀରାକୁଦର ଆଉ 8ଟି ଗେଟ୍ । ବର୍ତ୍ତମାନ 4ଟି ଗେଟ ଯୋଗେ ଜାରି ରହିଛି ବନ୍ୟାଜଳ ନିଷ୍କାସନ । ପୂର୍ବରୁ ଡ୍ୟାମର 12 ଟି ଗେଟ ଜରିଆରେ ଜଳ ନିଷ୍କାସନ ହେଉଥିବା ବେଳେ ଗତ ମଧ୍ୟ ରାତ୍ରିରୁ ବର୍ତ୍ତମାନ ସୁଦ୍ଧା ପର୍ଯ୍ୟାୟ କ୍ରମରେ 8 ଟି ଗେଟକୁ ବନ୍ଦ କରାଯାଇଛି ।

ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର 629.02 ଫୁଟ ରହିଛି। ଏହି ସମୟ ମଧ୍ୟରେ ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 94,758 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳ ଭଣ୍ଡାରରୁ ତଳ ମୁଣ୍ଡକୁ ସେକେଣ୍ଡ ପ୍ରତି 1,77,349 କ୍ୟୁସେକ ଜଳ ନିଷ୍କାସନ ହେଉଛି ।

ସମ୍ବଲପୁରରୁ ବାଦଶାହ ଯୁଷ୍ମନ ରଣା,ଇଟିଭି ଭାରତ

ABOUT THE AUTHOR

...view details