ଓଡିଶା

odisha

ETV Bharat / state

ସମ୍ବଲପରରୁ ପୁଣି 78 ନୂଆ କୋରୋନା ପଜିଟିଭ ଚିହ୍ନଟ - ସମ୍ବଲପୁର କୋରୋନା ଅପଡେଟ

ଶୁକ୍ରବାର ସମ୍ବଲପୁର ଜିଲ୍ଲାରେ ପୁଣି 78 ନୁଆଁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଅକ୍ରାନ୍ତଙ୍କ ମଧ୍ୟରେ 15 ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ 63 ଜଣ ଆକ୍ଟିବ ସର୍ଭିଲେନ୍ସ ଟିମ ଦ୍ୱାରା ଚିହ୍ନଟ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପୁଣି 78 ନୁଆଁ କୋରୋନା ପଜିଟିଭ ଚିହ୍ନଟ
ପୁଣି 78 ନୁଆଁ କୋରୋନା ପଜିଟିଭ ଚିହ୍ନଟ

By

Published : Aug 21, 2020, 6:33 PM IST

ସମ୍ବଲପୁର: ଶୁକ୍ରବାର ସମ୍ବଲପୁର ଜିଲ୍ଲାରେ ପୁଣି 78 ନୁଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ 3 ଜଣ କୋଭିଡ ଯୋଦ୍ଧା ଅଛନ୍ତି । ଆଜି ଚିହ୍ନଟ ହୋଇଥିବା ଅକ୍ରାନ୍ତଙ୍କ ମଧ୍ୟରେ 15 ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ 63 ଜଣ ଆକ୍ଟିବ ସର୍ଭିଲେନ୍ସ ଟିମ ଦ୍ୱାରା ଚିହ୍ନଟ ହୋଇଛନ୍ତି ।

ପୁଣି 78 ନୁଆଁ କୋରୋନା ପଜିଟିଭ ଚିହ୍ନଟ

ଆଜି ଚିହ୍ନଟ ହୋଇଥିବା ଅକ୍ରାନ୍ତ ମାନେ ସମ୍ବଲପୁର ମହାନଗର ନିଗମ, ରେଙ୍ଗାଲୀ, ବାମରା, ଯୁଜୁମୁରା, ନାକଟି ଦେଉଳ ଅଞ୍ଚଳର ଅଟନ୍ତି । ସମସ୍ତଙ୍କୁ ଆଜି କୋଭିଡ ହସ୍ପିଟାଲକୁ ପଠେଇ ଦିଆଯାଇଛି । ତେବେ ସମ୍ବଲପୁର ଜିଲ୍ଲାରେ ଅଧିକ ପରୀକ୍ଷଣ ହେଉଥିବାରୁ ଅଧିକ ଅକ୍ରାନ୍ତ ଚିହ୍ନଟ ହେଉଥିବା ସମ୍ବଲପୁର ଜିଲ୍ଳାପାଳ ଶୁଭମ ସକ୍ସେନା କହିଛନ୍ତି । ଏଥିପାଇଁ ଜିଲ୍ଲାବାସୀ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି ।

ପୁଣି 78 ନୁଆଁ କୋରୋନା ପଜିଟିଭ ଚିହ୍ନଟ

ଏହାସହ ସମ୍ବଲପୁର ଏସଏମସି ଅଞ୍ଚଳରେ ଥିବା ବିଭିନ୍ନ କୋଭିଡ ପରୀକ୍ଷଣ କେନ୍ଦ୍ରରେ କୋରୋନା ଲକ୍ଷଣ ଥିବା ବ୍ୟକ୍ତି ମାନେ ନିଜେ ଯାଇ କରୋନା ପରୀକ୍ଷଣ କରନ୍ତୁ ବୋଲି ଜିଲ୍ଲାପାଳ ଆହ୍ୱାନ କରିଛନ୍ତି । ଆଜି ସୁଦ୍ଧା ସମ୍ବଲପୁର ଜିଲ୍ଲାରେ କୋରୋନା ଅକ୍ରାନ୍ତଙ୍କ ସଂଖ୍ୟା 1755 ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ 1044 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 703ଟି ଆକ୍ଟିବ କେସ ରହିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details