ଓଡିଶା

odisha

ETV Bharat / state

4 ଲକ୍ଷ ଟଙ୍କାର ଧଳାଜହର ଜବତ, 3 ଗିରଫ - ସମ୍ବଲପୁର ବ୍ରାଉନସୁଗାର ଜବତ ନ୍ୟୁଜ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସମ୍ବଲପୁର ଝାରସୁଗୁଡା 10 ନମ୍ବର ରାଜ୍ୟ ରାଜପଥ ରମ୍ପେଲା ନିକଟରୁ 62 ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ 3 ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

4 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
4 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

By

Published : Jun 7, 2021, 4:14 PM IST

ସମ୍ବଲପୁର: ଜିଲ୍ଲା ପୋଲିସର ସ୍ଵତନ୍ତ୍ର ଟିମ୍ 62 ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଛି । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସମ୍ବଲପୁର ଝାରସୁଗୁଡା 10 ନମ୍ବର ରାଜ୍ୟ ରାଜପଥ ରମ୍ପେଲା ନିକଟରୁ 62 ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ 3 ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ପୋଲିସ ।

4 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଜବତ ବ୍ରାଉନସୁଗାରର ମୂଲ୍ୟ 4 ଲକ୍ଷ 20 ହଜାର ଟଙ୍କା ବୋଲି ଅନୁମାନ କରାଯାଉଛି । ନିଶା ବେପାରୀଙ୍କ ଠାରୁ ଗୋଟିଏ ହୋଣ୍ଡା ସିଟି କାର, 5 ଲକ୍ଷ 440 ନଗଦ ଟଙ୍କା ଓ 4ଟି ମୋବାଇଲ ଫୋନ ଜବତ କରିଛି ପୋଲିସ ।

ସୂଚନା ଅନୁସାରେ, ରବିବାର ସମ୍ବଲପୁର ପୋଲିସର ସ୍ପେଶାଲ ସ୍କାର୍ଡ ଓ ରେଙ୍ଗାଲି ପୋଲିସ ଚଢାଉ କରି ଏମାନଙ୍କୁ ଗିରଫ କରିଥିଲା । ତେବେ ଏମାନଙ୍କ ନାଁରେ ଏନଡିପିଏସ ଆକ୍ଟରେ ମାମାଲା ରୁଜୁ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ନୟାଗଡ, ଜଣେ ଖୋର୍ଦ୍ଧା ଓ ଜଣେ ବରଗଡର ରହିଛନ୍ତି । ଏହି ନିଶା ବେପାରୀର ଲିଙ୍କ କେଉଁ କେଉଁ ଜିଲ୍ଲାକୁ ଲମ୍ବିଛି ସେନେଇ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ସମ୍ବଲପୁର ଏସପି ବତୁଲା ଗଙ୍ଗାଧର।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details