ଓଡିଶା

odisha

ETV Bharat / state

6ଟି ଗେଟ୍ ବନ୍ଦ କଲା ହୀରାକୁଦ - 6ଟି ଗେଟ୍ ବନ୍ଦ କଲା ହୀରାକୁଦ

ଆଜି ସକାଳେ ହୀରାକୁଦ ଡ୍ୟାମର 6ଟି ଗେଟ୍‌ ବନ୍ଦ କରାଯାଇଛି । ସକାଳ ସାଢେ 5ଟାରେ 3ଟି ଗେଟ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଡ୍ୟାମ କର୍ତ୍ତୃପକ୍ଷ । ପୁଣି ଥରେ 3ଟି ଗେଟ୍ ବନ୍ଦ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Sep 7, 2019, 8:29 AM IST

Updated : Sep 7, 2019, 11:29 AM IST

ସମ୍ବଲପୁର: ବନ୍ଦ ହେଲା ହୀରାକୁଦ ଡ୍ୟାମର 6ଟି ଗେଟ୍‌ । ଗତକାଲି 12ଟି ଗେଟ୍ ଦେଇ ଡ୍ୟାମରୁ ବନ୍ୟା ଜଳ ନିଷ୍କାସିତ ହୋଇଥିଲା । ଆଜି ସକାଳ ସାଢେ 5ଟାରେ 3ଟି ଗେଟ୍ ବନ୍ଦ କରିବାକୁ ଡ୍ୟାମ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିବାବେଳେ ଏବେ ଆହୁରି 3ଟି ଗେଟ୍ ବନ୍ଦ କରାଯାଇଛି । ବର୍ତ୍ତମାନ 6ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ହୀରାକୁଦ ଜଳଭଣ୍ଡାରର ଜଳସ୍ତର 625.27 ଫୁଟ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ 1,71,453 କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବାବେଳେ 1,17,762 କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତେବେ ଆଗକୁ ମଧ୍ୟ କିଛି ଗେଟ୍ ବନ୍ଦ ହେବାର ସମ୍ଭାବନା ରହିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Sep 7, 2019, 11:29 AM IST

ABOUT THE AUTHOR

...view details