ଓଡିଶା

odisha

ETV Bharat / state

ହୀରାକୁଦ ଡ୍ୟାମରେ ବନ୍ଦ ହେଲା 6ଟି ଗେଟ୍ - ବନ୍ଦ ହେଲା 6 ଗେଟ

ନିକଟରେ ହୀରାକୁଦ ଡ୍ୟାମରେ 12 ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଗତ ଶନିବାର ରାତିରୁ ରବିବାର ସକାଳ ପର୍ଯ୍ୟନ୍ତ ଡ୍ୟାମର 6 ଟି ଗେଟକୁ ବନ୍ଦ କରିଦିଆଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Sep 15, 2019, 9:37 AM IST

ସମ୍ବଲପୁର: ନିକଟରେ ହୀରାକୁଦ ଡ୍ୟାମରେ 12 ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଗତ ଶନିବାର ରାତିରୁ ରବିବାର ସକାଳ ପର୍ଯ୍ୟନ୍ତ ଡ୍ୟାମର 6 ଟି ଗେଟକୁ ବନ୍ଦ କରିଦିଆଯାଇଛି। ଏବେ 6 ଟି ଗେଟରେ ବନ୍ୟା ଜଳ ନିଷ୍କାସନ ହେଉଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ଥର 628.04 ଫୁଟ ରହିଛି। ଏହି ସମୟ ମଧ୍ୟରେ ଉପର ମୁଣ୍ଡରୁ ଜଳଭଣ୍ଡାର ଭିତରକୁ ସେକେଣ୍ଡ ପ୍ରତି 1,38,182 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳ ଭଣ୍ଡାରରୁ ସେକେଣ୍ଡ ପ୍ରତି 1,50,887 କ୍ୟୁସେକ ଜଳ ନିଷ୍କାସନ ହେଉଛି। ତେବେ ଆଗକୁ ଆହୁରି ଗେଟ ବନ୍ଦ ହେବାର ସମ୍ଭାବନା ରହିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details