ଓଡିଶା

odisha

ETV Bharat / state

ସାକ୍ଷୀପଡା ବିଜୟ ନାଏକ ହତ୍ୟାକାଣ୍ଡ: 6 ଗିରଫ

ସମ୍ବଲପୁର ବିଜୟ ନାଏକ ହତ୍ୟା ମାମଲାର ତଦନ୍ତ କରି ପୋଲିସ 6 ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା । ଅଧିକ ପଢନ୍ତୁ...

vସାକ୍ଷୀପଡା ବିଜୟ ନାଏକ ହତ୍ୟାକାଣ୍ଡ: 6 ଗିରଫ
ସାକ୍ଷୀପଡା ବିଜୟ ନାଏକ ହତ୍ୟାକାଣ୍ଡ: 6 ଗିରଫ

By

Published : Dec 20, 2020, 3:54 PM IST

Updated : Dec 20, 2020, 4:01 PM IST

ସମ୍ବଲପୁର: ଜିଲ୍ଲା ସାକ୍ଷୀପଡା ବିଜୟ ନାଏକ ହତ୍ୟା ମାମଲାର ପର୍ଦ୍ଦାଫାଶ । ମାମଲାରେ ସମ୍ପୃକ୍ତ 6 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି । ଏନେଇ ସମ୍ବଲପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି ।

ସମ୍ବଲପୁର ଜିଲ୍ଲା ସାକ୍ଷୀପଡା ବିଜୟ ନାଏକଙ୍କୁ ଗତ 15 ତାରିଖ ରାତିରେ ହତ୍ୟା କରାଯାଇଥିଲା । ଧନୁପାଲି ପୋଲିସ ମାମଲାରେ ସମ୍ପୃକ୍ତ 6 ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଅଛନ୍ତି । ସାମାନ୍ୟ ସାଇକେଲ ଧକ୍କାକୁ ନେଇ ବଚସା ହେବାପରେ ଏପରି ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି । ଏନେଇ ସମ୍ବଲପୁର ଧନୁପାଲି ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି ।

ସାକ୍ଷୀପଡା ବିଜୟ ନାଏକ ହତ୍ୟାକାଣ୍ଡ: 6 ଗିରଫ

ଏସପି ଅମରେଶଙ୍କ ସୂଚନା ଅନୁଯାୟୀ, ବିଜୟଙ୍କୁ ବେଶ୍ ବଲ୍ ଷ୍ଟିକ୍ ଓ ଲାଠିରେ ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଛି । ସାମାନ୍ୟ ସାଇକେଲ ଧକ୍କାକୁ ନେଇ ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ହତ୍ୟାକାଣ୍ଡ ପରେ ଫେରାର୍ ହୋଇଯାଇଥିଲେ । ଜିଲ୍ଲା ପୋଲିସ 5ଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ତଦନ୍ତ ପରେ 6 ଜଣଙ୍କୁ ଗିରଫ କରାଯାଇଛି । ଏଥିସହ ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ବେଶ୍ ବଲ୍ ଷ୍ଟିକ ସହ 3 ଟି ଲାଠି ଜବତ କରିଥିବା ଅତିରିକ୍ତ ଏସପି କହିଛନ୍ତି । ଅନ୍ୟପଟେ ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ବୋଲି ସେ କହିଛନ୍ତି ।



ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Dec 20, 2020, 4:01 PM IST

ABOUT THE AUTHOR

...view details