ଓଡିଶା

odisha

ETV Bharat / state

ଭୀମସାର ମେଡିକାଲରୁ 5 ଦଲାଲ ଗିରଫ - ଦଲାଲଗିରି

ଦଲାଲଗିରି କରୁଥିବା ଅଭିଯୋଗରେ 5ଜଣଙ୍କୁ ବୁର୍ଲା ପୋଲିସ ଗିରଫ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Sep 26, 2019, 3:51 PM IST

ସମ୍ବଲପୁର: ବୁର୍ଲାର ଭୀମସାର ମେଡିକାଲରେ ଦଲାଲଗିରି କରୁଥିବା ଅଭିଯୋଗରେ 5ଜଣଙ୍କୁ ବୁର୍ଲା ପୋଲିସ ଗିରଫ କରିଛି । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ସମ୍ବଲପୁର ଏସପି କନୱର ବିଶାଳ ସିଂ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଦାରା ସିଂ ଲୁହା, ଅମିତ କୁମ୍ଭାର, ଅଶୋକ ବାଗ, କୈଳାଶ ସୁନା ଓ ଲବ ସେନ୍ଦ୍ରିଆ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
ଫଟୋ ସୌଜନ୍ୟ: ଟ୍ବିଟର

ସମ୍ବଲପୁର ବୁର୍ଲା ମେଡିକାଲରେ ଦୀର୍ଘ ଦିନ ହେଲା ଏହି ଦଲାଲ ମାନେ ସକ୍ରିୟ ଥିଲେ । ଗରିବ ନିରୀହ ଲୋକଙ୍କ ସରଳତାର ଫାଇଦା ନେଇ ଏହି ବ୍ୟକ୍ତିମାନେ ସେମାନଙ୍କୁ ଠକୁଥିଲେ । ସମ୍ବଲପୁର ସହରର ମେଡିକାଲ ମାନଙ୍କରେ ଦଲାଲଙ୍କୁ ଧରିବା ପାଇଁ ସ୍ପେଶିଆଲ ସ୍କ୍ବାର୍ଡ କାର୍ଯ୍ୟକରୁଛି । ଏହା ଜାରି ରହିବ ବୋଲି ସମ୍ବଲପୁର ଏସପି ପ୍ରକାଶ କରିଛନ୍ତି ।

ଗତକାଲି ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରୁ ମଧ୍ୟ 4ଜଣ ଦଲାଲଙ୍କୁ ଗିରଫ କରାଯାଇଥିଲା ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details