ଓଡିଶା

odisha

ETV Bharat / state

5 ଆନ୍ତଃଜିଲ୍ଲା ଡକାୟତ ଗିରଫ, ବିପୁଳ ପରିମାଣର ସୁନା ଗହଣା ଜବତ - ସମ୍ବଲପୁର

ସମ୍ବଲପୁର ଅଇଁଠା ପାଲି ପୋଲିସ ହାତରେ ଧରା ପଡିଛନ୍ତି 5ଜଣ ଆନ୍ତଃଜିଲ୍ଲା ଡକାୟତ। ସେମାନଙ୍କ ଠାରୁ 8ଲକ୍ଷ 55 ହଜାର 870 ଟଙ୍କାର ସୁନାଗହଣା, ନଗଦ ଟଙ୍କା ଓ ଗୋଟିଏ ବାଇକ ଜବତ ହୋଇଛି । ଏଥିସହ ଡକାୟତି ଜିନିଷ କିଣିବା ଅଭିଯୋଗରେ ମଧ୍ୟ 3 ଜଣ ଲୋକଙ୍କୁ ଗିରଫ କରିଛି ପୋଲିସ ।

police

By

Published : Oct 11, 2019, 10:10 PM IST


ସମ୍ବଲପୁର: 5ଜଣ ଆନ୍ତଃଜିଲ୍ଲା ଡକାୟତଙ୍କୁ ଗିରଫ କରିଛି ସମ୍ବଲପୁର ଅଇଁଠା ପାଲି ପୋଲିସ । ସେମାନଙ୍କ ସହ 3 ଜଣ ଲୋକଙ୍କୁ ଡକାୟତି ଜିନିଷ କିଣିବା ଅଭିଯୋଗରେ ମଧ୍ୟ ଗିରଫ କରିଛି ପୋଲିସ । ତେବେ ଡକାୟତ ମାନଙ୍କ ମଧ୍ୟରେ ଜଣେ ନାବାଳକକୁ ଅଟକ ରଖାଯାଇଛି ।

ଅଇଁଠା ପାଲି ପୋଲିସ ହାତରେ ଧରା ପଡିଛନ୍ତି 5ଜଣ ଅନ୍ତଃଜିଲ୍ଲା ଡକାୟତ

ଗିରଫ ଡକାୟତ ମାନେ ହେଲେ ସୁନ୍ଦରଗଡ ଜିଲ୍ଲା ରାଉରକେଲା ପ୍ଲାଣ୍ଟ ସାଇଡ ଥାନା ଅଞ୍ଚଳର କାର୍ତ୍ତିକ ମାଝୀ, ରାଉରକେଲା ଉଦିତନଗର ଥାନା ଅଞ୍ଚଳ ର ପବିତ୍ର ଗରତିଆ, ସମ୍ବଲପୁର ଜିଲ୍ଲା ଶାସନ ଥାନା ଅଞ୍ଚଳର ପିପଳପଡା ର ଆକାଶ ହେମ୍ବ୍ରମ ଓ ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ଷ୍ଟେସନପଡାର ପଥର ଓରଫ ସଞ୍ଜୟ ନାଏକ । ସେମାନଙ୍କ ଠାରୁ 8ଲକ୍ଷ 55 ହଜାର 870 ଟଙ୍କାର ସୁନାଗହଣା, କିଛି ନଗଦ ଟଙ୍କା ଓ ଗୋଟିଏ ବାଇକ ଜବତ ହୋଇଛି ।


ଗିରଫ ଡକାୟତମାନେ ସମ୍ବଲପୁର ଅଇଁଠା ପାଲି ଥାନା ଅନ୍ତର୍ଗତ ପ୍ରଧାନ ପଡା ଓ ଅନୁଗୁଳିଆ ପଡା ଅଞ୍ଚଳର 2ଟି ଘରୁ କେହି ନଥିବା ବେଳେ ତାଲା ଭାଙ୍ଗି ଲୁଟ କରିଥିଲେ ।

ଏଥିସହ ଡକାୟତି ସାମଗ୍ରୀ କିଣିଥିବା ଅଭିଯୋଗରେ ଶାସନ ଥାନା ଅନ୍ତର୍ଗତ ଭାଲୁବାହଲ ଗାଁର 3 ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି ।

ଗିରଫ ହୋଇଥିବା ମୁଖ୍ୟ ଡକାୟତ କାର୍ତ୍ତିକ ମାଝୀ ରାଉରକେଲା ପୋଲିସର ମୁଣ୍ଡବ୍ୟଥାର କାରଣ ଥିଲା । ସେଠାରେ ତା' ନାଁରେ 17ଟି କେସ୍‌ ଥିବା ସମ୍ବଲପୁର ଏସ୍‌ଡିପିଓ ଭବାନୀ ଶଙ୍କର ଉଦଗାତା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।


ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details