ଓଡିଶା

odisha

ETV Bharat / state

ବନ୍ଦ ହେଲା ହୀରାକୁଦର ଆଉ 5 ଗେଟ - 5 gates of hirakud dam closed

ବୁଧବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମର ଆଉ 5 ଟି ଗେଟକୁ ବନ୍ଦ କରାଯାଇଛି। ବର୍ତ୍ତମାନ 19 ଟି ଗେଟ ଯୋଗେ ଜଳ ନିଷ୍କାସନ ଜାରି ରହିଛି ।

ବନ୍ଦ ହେଲା  ହୀରାକୁଦର ଆଉ 5 ଗେଟ
ବନ୍ଦ ହେଲା ହୀରାକୁଦର ଆଉ 5 ଗେଟ

By

Published : Sep 2, 2020, 7:21 PM IST

ସମ୍ବଲପୁର: ମହାନଦୀରେ ବନ୍ୟାଜଳ ପରିମାଣ କମିବାରେ ଲାଗିଛି । ଏହା ସହିତ ବନ୍ୟା ଆଶଙ୍କା ହ୍ରାସ ପାଇଛି । ଉପରମୁଣ୍ଡରୁ ବର୍ଷା ବନ୍ଦ ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ଜଳ ପରିମାଣ ହ୍ରାସ ପାଇଛି । ଏହାକୁ ଦୃଷ୍ଟିରେ ବୁଧବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମର ଆଉ 5 ଟି ଗେଟକୁ ବନ୍ଦ କରାଯାଇଛି। ବର୍ତ୍ତମାନ 19 ଟି ଗେଟ ଯୋଗେ ଜଳ ନିଷ୍କାସନ ଜାରି ରହିଛି ।

ବନ୍ଦ ହେଲା ହୀରାକୁଦର ଆଉ 5 ଗେଟ

ଆଜି ସକାଳ 6 ଟା ପର୍ଯ୍ୟନ୍ତ 24 ଟି ଗେଟ ଖୋଲା ଥିବା ବେଳେ ହୀରାକୁଦ ଡ୍ୟାମର ଉପର ମୁଣ୍ଡରୁ ଇନ ଫ୍ଲୋ କମିଛି । ଫଳରେ ଆଉ 5 ଟି ଗେଟକୁ ପର୍ଯ୍ୟାୟ କ୍ରମରେ ବନ୍ଦ କରା ଯାଇଛି। ବର୍ତ୍ତମାନ ମୋଟ 19 ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ହୋଇଥିବା ବେଳେ ବର୍ତ୍ତମାନ ଏହାର ଜଳ ସ୍ଥର 624.67 ଫୁଟ ରହିଛି। ବର୍ତ୍ତମାନ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ହୀରାକୁଦ ଡ୍ୟାମକୁ 2,49,392 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ 19ଟି ଗେଟ ଜରିଆରେ 3,70,904 କ୍ୟୁସେକ ଜଳ ନିଷ୍କାସନ ହେଉଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details