ଓଡିଶା

odisha

ETV Bharat / state

ଜଳସ୍ତର ବୃଦ୍ଧି: ହୀରାକୁଦରେ ଖୋଲିଲା ମୋଟ 8ଟି ଗେଟ୍

ହୀରାକୁଦ ଡ୍ୟାମରୁ 8ଟି ଗେଟ ଖୋଲାଗଲା । ଆଜି ସକାଳେ 5ଟି ଗେଟ ଖୋଲିଥିଲା ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ପୁଣି ତିନୋଟି ଗେଟ ଖୋଲାଗଲା ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ସମ୍ବଲପୁର

By

Published : Oct 24, 2019, 10:14 AM IST

Updated : Oct 24, 2019, 10:38 AM IST

ସମ୍ବଲପୁର: ହୀରାକୁଦ ଡ୍ୟାମରୁ ଖୋଲିଲା 8ଟି ଗେଟ। ଗତ କିଛି ଦିନ ହେବ ହୀରାକୁଦ ଡ୍ୟାମର 2ଟି ଗେଟ ଖୋଲା ଏବଂ ଆଜି ଥିବା ବେଳେ ଆଜି ସକାଳୁ ଆହୁରି 3ଟି ଗେଟ ଖୋଲାଯାଇଛି । ବର୍ତ୍ତମାନ ପୁଣି 3ଟି ଗେଟ ଖୋଲାଗଲା ।

ହୀରାକୁଦ ଡ୍ୟାମ ର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ଥିବା ବେଳେ ବର୍ତ୍ତମାନ ଡ୍ୟାମ ଜଳ ପରିପୂର୍ଣ୍ଣ ରହିଛି। ବର୍ତ୍ତମାନ ହୀରାକୁଦର ଜଳସ୍ତର 630 ଫୁଟ ରହିଛି। ଏହି ସମୟରେ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି 1,52,164 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ 8 ଟି ଗେଟ ଦେଇ ସମାନ ପରିମାଣର ଜଳ ତଳମୁଣ୍ଡକୁ ନିଷ୍କାସିତ ହେଉଛି। ଆଗକୁ ଆହୁରି ଗେଟ ଖୋଲିବାର ସମ୍ଭାବନା ମଧ୍ୟ ରହିଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

Last Updated : Oct 24, 2019, 10:38 AM IST

ABOUT THE AUTHOR

...view details