ଓଡିଶା

odisha

ଅପହରଣକାରୀଙ୍କୁ 12 ଘଣ୍ଟାରେ ଧରିଲା ପୋଲିସ

By

Published : Jul 18, 2020, 5:49 PM IST

ଅପହରଣ ଘଟଣାର 12 ଘଣ୍ଟା ଭିତରେ ଅପହରଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ସମ୍ବଲପୁର ପୋଲିସ । ପୋଲିସ ସୁତ୍ରରୁ ଜଣାପଡିଛି ଯେ ଜିଲ୍ଲାର ଶାସନ ଥାନାରେ ଶୁକ୍ରବାର ଏକ ଅପହରଣ ମାମଲା ଦାଏର କରାଯାଇଥିଲା । ଅଧିକ ପଢନ୍ତୁ..

ସମ୍ବଲପୁର ପୋଲିସକୁ ସଫଳତା, ଅପହରଣକାରୀଙ୍କୁ 12 ଘଣ୍ଟାରେ ଧରିଲା ପୋଲିସ
ସମ୍ବଲପୁର ପୋଲିସକୁ ସଫଳତା, ଅପହରଣକାରୀଙ୍କୁ 12 ଘଣ୍ଟାରେ ଧରିଲା ପୋଲିସ

ସମ୍ବଲପୁର:ଅପହରଣ ଘଟଣାର 12 ଘଣ୍ଟା ଭିତରେ ଅପହରଣକାରୀଙ୍କୁ ଗିରଫ କଲା ପୋଲିସ । ସମ୍ବଲପୁରରେ ଗୋଟିଏ ସପ୍ତାହ ବ୍ୟବଧାନରେ ପୁଣି ଏକ ଅପହରଣ ମାମଲା ନଜରକୁ ଆସିଛି । ଏଥର ମଧ୍ୟ ଜିଲ୍ଲାର ସେହି ଶାସନ ଥାନା ଅଧିନରେ ଏହି ଅପହରଣ ଘଟଣା ଘଟିଥିବା ଜଣାପଡିଛି ।

ସମ୍ବଲପୁର ପୋଲିସକୁ ସଫଳତା, ଅପହରଣକାରୀଙ୍କୁ 12 ଘଣ୍ଟାରେ ଧରିଲା ପୋଲିସ

ତେବେ ପୋଲିସ ଏଥର ମଧ୍ୟ ଅପହରଣ ଘଟଣାର 12 ଘଣ୍ଟା ଭିତରେ ଅପହରଣକାରୀଙ୍କୁ ଗିରଫ କରିବା ସହ ଅପହରଣର ପର୍ଦ୍ଦାଫାସ କରିଛି । ପୋଲିସ ସୁତ୍ରରୁ ଜଣାପଡିଛି ଯେ ଜିଲ୍ଲାର ଶାସନ ଥାନାରେ ଶୁକ୍ରବାର ଏକ ଅପହରଣ ମାମଲା ଦାଏର କରାଯାଇଥିଲା । ଥାନାରେ ଅପହରଣ ମାମଲା ଦାଏର ହେବାର ୧୨ ଘଣ୍ଟା ଭିତରେ ଶାସନ ଥାନା ପୋଲିସ ଅପହରଣ ଘଟଣାରେ ସାମିଲ ଥିବା 4 ଜଣ ଅପହରଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ଗୋଟାଏ ସମୟରେ ଶାସନ ଥାନା ଅନ୍ତର୍ଗତ ପଣ୍ଡିଆପାଲି ଗ୍ରାମରେ ଏକ ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା । ପଣ୍ଡିଆପାଲି ଗ୍ରାମର ସୁନୀତା ଓରାମ ନାମକ ମହିଳା ଶାସନ ଥାନାରେ ଅଭିଯୋଗ କରିଥିଲେ ଯେ ଦୁଇ ଜଣ ବ୍ୟକ୍ତି ଏକ ମୋଟରସାଇକେଲରେ ତାଙ୍କ ସାନଭାଇ ସଞ୍ଜୟ ଓରାମକୁ ବଳପୂର୍ବକ ଅପହରଣ କରି ନେଇଛନ୍ତି । ଏହାସହ ତାଙ୍କ ସାନ ଭାଇଙ୍କୁ ଛାଡ଼ିବା ପାଇଁ ୨୫ ହଜାର ଟଙ୍କା ଦାବି ହୋଇଥିବା ସେ ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗ ପାଇବା ପରେ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା ।

ପୋଲିସ ସହର ବିଭିନ୍ନ ସ୍ଥାନରେ ଚଡାଉ ଜାରି ରଖିଥିଲା । ଏହାପରେ ସମ୍ବଲପୁର ପୋଲିସ ଏହି ଅପହରଣ ମାମଲା ଦାଏର ହେବାର ୧୨ ଘଣ୍ଟା ମଧ୍ୟରେ ୪ ଜଣ ଅପହରଣକାରୀଙ୍କୁ ଧରିବାରେ ସଫଳ ହୋଇଛି । ଏହି ଚାରିଜଣ ଅଭିଯୁକ୍ତ ହେଲେ ଚିନ୍ମୟ ରୋହିଦାସ, ଇନ୍ଦ୍ରମଣି ରୋହିଦାସ, ଏମଡି ଇକ୍ରାମ ଓ ସୁଶାନ୍ତ ତନ୍ତି । ଅପହରଣକାରୀଙ୍କ ଠାରୁ ପୋଲିସ ଅପହରଣରେ ଵ୍ୟବହୁତ ଏକ ମୋଟରସାଇକେଲ ସମେତ ପାଞ୍ଚଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି । ଏହି ସମସ୍ତ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ସମ୍ବଲପୁର ସଦର ଏସଡିଓ ତପନ ମହାନ୍ତି ସୁଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details