ସମ୍ବଲପୁର : ପୋଲିସ ଦ୍ବାରା 4 ସୁନା ଚୋର ଗିରଫ । ସମ୍ବଲପୁର ଧନୁପାଲି ପୋଲିସ ଓ ସ୍ପେସିଆଲ ସ୍କାର୍ଡ ଏକ ଠକେଇ କରି ସୁନା ଚୋରି କରୁଥିବା ଅନ୍ତଃରାଜ୍ୟ ଗ୍ୟାଙ୍ଗର 4 ସଦସ୍ୟକୁ ଗିରଫ କରିଛି । ଗିରଫ ଚୋର ବିହାର ରାଜ୍ୟର ବୋଲି ଜଣାପଡିଛି ।
ସମ୍ବଲପୁର ପୋଲିସ 4 ଜଣ ସୁନା ଚୋର ଗ୍ୟାଙ୍ଗର ସଦସ୍ୟକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବିହାର ସୁରଜ କୁମାର,ଦିନେସ ପ୍ରସାଦ ସା,ଚନ୍ଦନ କୁମାର ସା,ମହମ୍ମଦ ଅସରଫ ଅଟନ୍ତି । ସମ୍ବଲପୁରର ସିଦ୍ଧେଶ୍ଵର ବେରନା ଠାରେ ଭଡା ଘରେ ରହୁଥିଲେ । ଏମାନେ ଘର ଘର ବୁଲି ସୁନା ସଫା କରିବା ଅଳରେ କୌଶଳ କ୍ରମେ ସୁନା ଚୋରି କରୁଥିଲେ ।