ଓଡିଶା

odisha

ETV Bharat / state

ନିଜ ଗାଁକୁ ଫେରିଲେ ସମ୍ବଲପୁର ଲକଡାଉନରେ ଫସିଥିବା 30 ଓଡିଆ ଯୁବକ - ସମ୍ବଲପୁର ଲକଡାଉନ

ଲକଡାଉନ ପାଇଁ ସମ୍ବଲପୁର ଅଇଁଠାପାଲି ଛକରେ ଫସିି ରହିଥିବା 30 ଓଡିଆ ଯୁବକ ପୋଲିସ ଓ ଏକ ସ୍ବେଚ୍ଛାସେବୀ ସଂଗଠନ ସହାୟତାରେ ନିଜ ଘରକୁ ଫେରିଲେ । ସମସ୍ତ ଯୁବକ ଆନ୍ଧ୍ରରେ କାମ କରୁଥିବା ସୂଚନା । ଅଧିକ ପଢନ୍ତୁ...

30 Odia youths returned to their village
ନିଜ ଗାଁକୁ ଫେରିଲେ ସମ୍ବଲପୁର ଲକଡାଉନରେ ଫସିଥିବା 30 ଓଡିଆ ଯୁବକ

By

Published : Mar 24, 2020, 6:05 PM IST

ସମ୍ବଲପୁର: ସାରା ଦେଶରେ କୋରୋନା ଭୟ । ଏଭଳି ସ୍ଥିତିର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସଚେତନତା ସୃଷ୍ଟି କରାଯାଉଛି । ଏହି କ୍ରମରେ ସମ୍ବଲପୁର ସହରକୁ ଗତ 3 ଦିନ ହେବ ଲକ୍‌ଡାଉନ କରାଯାଇଛି । ସହରର ସମସ୍ତ ଜନଗହଳିପୂର୍ଣ୍ଣ ରାସ୍ତାଘାଟ ଶୂନଶାନ ହୋଇଥିବା ବେଳେ ବ୍ୟବସାୟିକ ପେଣ୍ଠସ୍ଥଳୀ କୁହାଯାଉଥିବା ଗୋଲ ବଜାର ଛକ, ଲକ୍ଷ୍ମୀ ଟକିଜ ଛକ, ଭିଏସଏସ ମାର୍ଗ, କ୍ଷେତରାଜପୁର ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଜନଶୂନ୍ୟ ହୋଇଯାଇଛି ।

ନିଜ ଗାଁକୁ ଫେରିଲେ ସମ୍ବଲପୁର ଲକଡାଉନରେ ଫସିଥିବା 30 ଓଡିଆ ଯୁବକ

କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସବୁ ଖୋଲା ରହିଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ପୋଲିସ ପଇଁତରା ମାରି ସଚେତନତା କରୁଛି । ମଙ୍ଗଳବାର ରାଜ୍ୟ ବାହାରୁ ଫେରିଥିବା 30 ଜଣ ଓଡ଼ିଆ ଯୁବକ ସମ୍ବଲପୁର ଅଇଁଠାପାଲି ଛକରେ ଫସି ରହିଥିବା ବେଳେ ପୋଲିସ ଓ ଏକ ସ୍ବେଚ୍ଛାସେବୀ ସଂଗଠନ ତରଫରୁ ପ୍ରଥମେ ଅଇଁଠାପାଲି ଥାନାକୁ ନିଆଯାଇଥିଲା । ସେଠାରେ ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ଏକ ଗାଡିର ବ୍ୟବସ୍ଥା କରାଯାଇ ଏକ ଅନୁମତି ପତ୍ର ଦିଆଯାଇ ନିଜସ୍ବ ଗ୍ରାମକୁ ପଠା ଯାଇଥିଲା ।

ସମସ୍ତ ଯୁବକଙ୍କ ଘର ପୂର୍ବାଞ୍ଚଳର ହୋଇଥିବା ଜଣାପଡିଥିବା ବେଳେ ସେମାନେ ସମସ୍ତେ ଆନ୍ଧ୍ରରେ କାର୍ଯ୍ୟ କରୁଥିଲେ । ସମସ୍ତେ ମଧ୍ୟପ୍ରଦେଶ, ଛତିଶଗଡ଼ ଦେଇ ଆଜି ସକାଳେ ସମ୍ବଲପୁରରେ ପହଞ୍ଚିଥିଲେ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details