ଓଡିଶା

odisha

ETV Bharat / state

ହୀରାକୁଦ ଡ୍ୟାମର 3 ଗେଟ୍ ବନ୍ଦ, 16 ଗେଟ ଦେଇ ଜଳ ନିଷ୍କାସନ ଜାରି - 3 more gates of Hirakud Dam closed

ଆଜି(ଗୁରୁବାର) ସକାଳୁ ହୀରାକୁଦ ଡ୍ୟାମର ଆହୁରି 3 ଟି ଗେଟକୁ ବନ୍ଦ କରାଯାଇଛି। ବର୍ତ୍ତମାନ 16ଟି ଗେଟ୍‌ ଯୋଗେ ଜଳ ନିଷ୍କାସନ ଜାରି ରହିଛି ।

ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ 3 ଗେଟ୍, 16ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ 3 ଗେଟ୍, 16ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

By

Published : Sep 3, 2020, 8:58 AM IST

ସମ୍ବଲପୁର: ଉପରମୁଣ୍ଡରେ ବର୍ଷା ବନ୍ଦ ହେବା ପରେ ଧିରେ ଧିରେ ବନ୍ଦ ହେଉଛି ହୀରାକୁଦ ଡ୍ୟାମର ଗେଟ୍ । ଗୁରୁବାର ସକାଳୁ ଆଉ 3ଟି ଗେଟ୍‌କୁ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ 16ଟି ଗେଟ୍‌ ଯୋଗେ ଜଳ ନିଷ୍କାସନ ଜାରି ରହିଛି ।

ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ 3 ଗେଟ୍, 16ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ତେବେ ଗୁରୁବାର ସକାଳ 6 ଟା ପର୍ଯ୍ୟନ୍ତ 19 ଟି ଗେଟ ଖୋଲା ଥିବା ବେଳେ ହୀରାକୁଦ ଡ୍ୟାମର ଉପର ମୁଣ୍ଡରୁ ଇନ ଫ୍ଲୋ କମିଥିବାରୁ ଆଉ 3 ଟି ଗେଟକୁ ପର୍ଯ୍ୟାୟ କ୍ରମରେ ବନ୍ଦ କରାଯାଇଛି । ବର୍ତ୍ତମାନ ମୋଟ 16 ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ହୋଇଥିବା ବେଳେ ବର୍ତ୍ତମାନ ଏହାର ଜଳ ସ୍ଥର 624.25 ଫୁଟ ରହିଛି ।

ବର୍ତ୍ତମାନ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ହୀରାକୁଦ ଡ୍ୟାମକୁ 2,78,354 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ 16ଟି ଗେଟ ଜରିଆରେ 3,22,539 କ୍ୟୁସେକ ଜଳ ନିଷ୍କାସନ ହେଉଛି। ଆଗକୁ ଆହୁରି ଗେଟବନ୍ଦ ହେବାର ସମ୍ଭାବନା ରହିଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details