ଓଡିଶା

odisha

ETV Bharat / state

ବନ୍ଧୁକ ମୁନରେ ବ୍ୟାଙ୍କ୍‌ ଗାଡିରୁ 35 ଲକ୍ଷ ଲୁଟ - kuchinda loot

ବ୍ୟାଙ୍କକୁ ଟଙ୍କା ନେଇ ଯାଉଥିବା ଗାଡିରୁ ବନ୍ଧୁକ ଦେଖାଇ 35 ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଡକାୟତ।ସମ୍ବଲପୁର କୁଚିଣ୍ଡା ଉପଖଣ୍ଡରୁ ସାମ୍ନାକୁ ଆସିଛି ଏପରି ଘଟଣା । ଅଧିକ ପଢନ୍ତୁ...

ବନ୍ଧୁକ ମୁନରେ ବ୍ୟାଙ୍କ୍‌ ଗାଡିରୁ 35 ଲକ୍ଷ ଲୁଟ
ବନ୍ଧୁକ ମୁନରେ ବ୍ୟାଙ୍କ୍‌ ଗାଡିରୁ 35 ଲକ୍ଷ ଲୁଟ

By

Published : Nov 9, 2020, 10:48 PM IST

ସମ୍ବଲପୁର: ବନ୍ଧୁକ ମୁନରେ ବ୍ୟାଙ୍କ୍‌ ଗାଡିରୁ ଲୁଟ ହୋଇଯାଇଛି 35 ଲକ୍ଷ ଟଙ୍କା । ବ୍ୟାଙ୍କକୁ ଟଙ୍କା ନେଇ ଯାଉଥିବା ଗାଡିରୁ ବନ୍ଧୁକ ଦେଖାଇ 35 ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଡକାୟତ। ସମ୍ବଲପୁର କୁଚିଣ୍ଡା ଉପଖଣ୍ଡରୁ ସାମ୍ନାକୁ ଆସିଛି ଏପରି ଘଟଣା ।

ବନ୍ଧୁକ ମୁନରେ ବ୍ୟାଙ୍କ୍‌ ଗାଡିରୁ 35 ଲକ୍ଷ ଲୁଟ

ଲାଇମୁରା ୟୁନିୟନ ବ୍ୟାଙ୍କକୁ ଟଙ୍କା ନେଇ ଯାଉଥିବା ବେଳେ କରଙ୍ଗାମାଲ ଜଙ୍ଗଲରେ ଡକାୟତମାନେ ବନ୍ଧୁକ ମୁନରେ ଡକାୟତି କରିଥିବା ଅଭିଯୋଗ ହୋଇଛି। କୁଚିଣ୍ଡା ଥାନା ଅନ୍ତର୍ଗତ ଲାଇମୁରା ରାସ୍ତା କରଙ୍ଗାମା ଜଙ୍ଗଲରେ ତିନୋଟି ବାଇକ ରେ ୬ ଲୁଟେରା ବନ୍ଧୁକ ମୁନରେ ୩୫ ଲକ୍ଷ୍ୟ ୪୧ହଜାର ଟଙ୍କା ଲୁଟି ନେଇଛନ୍ତି।

ଏକ ବଲୋର ଗାଡିରେ ସମ୍ବଲପୁରରୁ ଲଇମୁରାକୁ ଇୟୁନିୟନ ବ୍ୟାଙ୍କ କୁ ଟଙ୍କା ନେଇ ଯାଉଥିବା ବେଳେ ଏହି ଘଟଣା ଘଟିଥିବା ଜଣାଯାଇଛି। ଡକାୟତମାନେ ଝାରସୁଗୁଡା ଆଡକୁ ଯାଇଥିବା ସନ୍ଦେହ କରାଯାଉଛି । ଡକାୟତ ମାନଙ୍କୁ ଧରିବା ପାଇଁ ପୋଲିସ 3 ଟି ଟିମ ଗଠନ କରିଥିବା ସୂଚନା ମିଳିଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details