ଓଡିଶା

odisha

ETV Bharat / state

ସମ୍ବଲପୁର ରାଗିଙ୍ଗ ଘଟଣା: ବିତିଛି ଦୁଇଦିନ, କାର୍ଯ୍ୟାନୁଷ୍ଠାନ ଶୂନ - ଛାତ୍ର ନିର୍ଯ୍ୟାତନା

ଶାସନ ସ୍ଥିତ ଘରୋଇ କଲେଜରେ ଛାତ୍ର ନିର୍ଯ୍ୟାତନ ଘଟଣାରେ ମାମଲା ରୁଜୁ ହେବାର 2 ଦିନ ବିତିଥିଲେ ମଧ୍ୟ ଏଯାଏଁ କାର୍ଯ୍ୟାନୁଷ୍ଠାନ ଶୂନ । ସେପଟେ ପୀଡ଼ିତ ଛାତ୍ର ଓ ତାଙ୍କ ପରିବାରକୁ କେସ ଫେରାଇ ନେବା ପାଇଁ ଚାପ ପକାଯାଉଛି ବୋଲି ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Sep 19, 2019, 8:44 PM IST

ସମ୍ବଲପୁର: ସ୍ଥାନୀୟ ଶାସନ ସ୍ଥିତ ଘରୋଇ କଲେଜ ଛାତ୍ର ନିର୍ଯ୍ୟାତନା ଘଟଣା ପ୍ରଘଟ ହେବାର 2 ଦିନ ବିତିଯାଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଅବା ପୋଲିସ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଅନ୍ୟପଟେ ଅତି ଭୟଭୀତ ଅବସ୍ଥାରେ ପୀଡିତ ଛାତ୍ର ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଶାସନ ସ୍ଥିତ ଘରୋଇ କଲେଜ ଛାତ୍ର ନିର୍ଯ୍ୟାତନା ଘଟଣାକୁ 2 ଦିନ ବିତିଛି । ପୀଡିତଙ୍କ ପରିବାର ଗତ 17 ତାରିଖରେ ସମ୍ବଲପୁର ଏସପିଙ୍କୁ ଭେଟିଥିବା ବେଳେ ବୁଧବାର ଜିଲ୍ଲା ଶିଶୁ ସୁରକ୍ଷା ସମିତିର ଦ୍ବାରସ୍ଥ ହୋଇଥିଲେ। ତେବେ ଆଶ୍ବାସନା ଓ ପ୍ରତିଶୃତି ମିଳିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ପୀଡ଼ିତଙ୍କ ପରିବାର କହିଛନ୍ତି ।

ପୂର୍ବରୁ କଲେଜର ଚେୟାରମ୍ୟାନ ଜଣେ ପ୍ରଭାବଶାଳୀ ବ୍ୟବସାୟୀ ହୋଇଥିବାରୁ କେସ ନକରିବାକୁ ପୀଡ଼ିତଙ୍କ ପରିବାର ଉପରେ ଚାପ ପକାଇବା ସହ କେସ କଲେ ବି ତାଙ୍କର କୌଣସି କ୍ଷତି କରି ପାରିବ ନାହିଁ କହି ଧମକ ଦେଇଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ଏହି ଛାତ୍ର ନିର୍ଯ୍ୟାତନା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଦୋଷୀଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । କଲେଜ ଭିତରେ କୌଣସି ଛାତ୍ର ଅନ୍ୟ ଜଣେ ଛାତ୍ରଙ୍କୁ ନିର୍ଯ୍ୟାତନା ଦେଲେ ସେନେଇ ଅଭିଯୁକ୍ତ ଛାତ୍ର, ତାଙ୍କ ଅଭିଭାବକ ଓ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ଲିଙ୍ଗଡୋ କମିଶନଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଅଧିକାଂଶ ସମୟରେ କଲେଜ କର୍ତ୍ତୃପକ୍ଷ ନିଜ କଲେଜର ବଦନାମୀ ଭୟରେ ଘଟଣାକୁ ଚାପିବାକୁ ଚେଷ୍ଟା କରନ୍ତି ବୋଲି ବରିଷ୍ଠ ଶିକ୍ଷାବିତ ଅଭୟ ପାଢ଼ୀ କହିଛନ୍ତି । ଅନ୍ୟପଟେ ପୋଲିସ ପ୍ରଶାସନ ଏନେଇ କୌଣସି ସୂଚନା ଦେଇନାହିଁ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details