ସମ୍ବଲପୁର: ସମ୍ବଲପୁର ଆଇଆଇଏମରେ ଚାଲିଛି 2 ଦିନିଆ ବିଜନେସ କନକ୍ଲେଭ। ଏଠାରେ ‘ମ୍ୟାନେଜିଙ୍ଗ ଡିସରପସନସ୍ ଇନ୍ ଡିଜିଟାଲ ଇକୋନୋମୀ’ ଶୀର୍ଷକ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏମ୍ସିଏଲର ପରିଚଳନା ନିର୍ଦ୍ଦେଶକ ବି.ଏନ ଶୁକ୍ଳା ଓ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ଦୀପକ କୁମାର ବେହେରା ଯୋଗଦେଇ ଡିଜିଟାଲ ଇକୋନୋମୀରେ ପ୍ରତିବନ୍ଧକ ଓ ପରିଚାଳନା ନେଇ ନିଜ ନିଜର ଅଭିଜ୍ଞତା ଆଇଆଇଏମ ଛାତ୍ରଛାତ୍ରୀ ଆଗରେ ରଖିଥିଲା ।
ସମ୍ପ୍ରତି ସାରା ପୃଥିବୀରେ ଡିଜିଟାଲ ଇକୋନୋମୀରେ ଅନେକ ସମ୍ଭାବନା ରହିଛି । ଆଉ ଡିଜିଟାଲ ଇକୋନୋମୀ କ୍ଷେତ୍ରରେରେ ଭାରତର ବହୁ ଗୁରୁତ୍ବ ରହିଛି। କାରଣ ଡିଜିଟାଲ ଇକୋନୋମିକୁ ପରିଚାଳନା ପାଇଁ ଭାରତ ପାଖରେ ବହୁ ମାନବ ସମ୍ବଳ ଓ ଭିତ୍ତିଭୂମି ରହିଛି। ଏଭଳି ସ୍ଥିତିରେ ଆଗାମୀ ଦିନରେ ଭାରତ ଡିଜିଟାଲ ଇକୋନୋମୀ କ୍ଷେତ୍ରରେ ବିଶ୍ବକୁ ନିୟନ୍ତ୍ରଣ କରିବାର କ୍ଷମତା ରଖିଛି। କାରଣ ଡିଜିଟାଲ ଇକୋନୋମୀକୁ ପରିଚାଳନା ପାଇଁ ଭାରତ ପାଖରେ ବହୁ ଆଇଟି ଛାତ୍ରଛାତ୍ରୀ ଅଛନ୍ତି ।