ସମ୍ବଲପୁର: ମଙ୍ଗଳବାର ସମ୍ବଲପୁରରୁ ପୁଣି 2 ଜଣ କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ବେଳେ ଅନ୍ୟଜଣେ ସମ୍ବଲପୁର ବୁର୍ଲା ସ୍ଥିତ ଭୀମସାର ମେଡିକାଲର କୋରୋନା ଯୋଦ୍ଧା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
କୋରୋନା ଯୋଦ୍ଧା ଜଣକ ଜଣେ ପିଜି ଡାକ୍ତର ବୋଲି ସୂଚନା ମିଳିଛି । ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିବା ଅକ୍ରାନ୍ତଙ୍କୁ ଜିଲ୍ଲାର ସରକାରୀ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଥିବା ବେଳେ ବୁର୍ଲା ମେଡିକାଲର କୋଭିଡ ଯୋଦ୍ଧା ଆକ୍ରାନ୍ତଙ୍କୁ ମଧ୍ୟ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି । ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୁର୍ଲା ମେଡିକାଲରୁ ଆଉ 4 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି ।