ଓଡିଶା

odisha

ETV Bharat / state

ସମ୍ବଲପୁରରୁ ଆଜି ସର୍ବାଧିକ 168 କୋରୋନା ଆକ୍ରାନ୍ତ ଚିହ୍ନଟ

ସୋମବାର ସମ୍ବଲପୁର ଜିଲ୍ଲାରେ 168 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ 4 ଜଣ କୋଭିଡ ଯୋଦ୍ଧା ରହିଛନ୍ତି । ଅଧିକ ପଢନ୍ତୁ...

ସମ୍ବଲପୁରରୁ ଦୈନିକ ସର୍ବାଧିକ 168 କୋରୋନା ଆକ୍ରାନ୍ତ ଚିହ୍ନଟ
ସମ୍ବଲପୁରରୁ ଦୈନିକ ସର୍ବାଧିକ 168 କୋରୋନା ଆକ୍ରାନ୍ତ ଚିହ୍ନଟ

By

Published : Aug 10, 2020, 4:51 PM IST

Updated : Aug 10, 2020, 5:44 PM IST

ସମ୍ବଲପୁର: ସୋମବାର ସମ୍ବଲପୁର ଜିଲ୍ଲାରେ 168 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ 4 ଜଣ କୋଭିଡ ଯୋଦ୍ଧା ରହିଛନ୍ତି। ସୋମବାର ଚିହ୍ନଟ କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ 92 ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ବେଳେ 76 ଜଣ ଆକ୍ଟିଭ ସର୍ଭିଲେନ୍ସ ଟିମ ଦ୍ୱାରା ଚିହ୍ନଟ ହୋଇଛନ୍ତି।

ସମ୍ବଲପୁରରୁ ଦୈନିକ ସର୍ବାଧିକ 168 କୋରୋନା ଆକ୍ରାନ୍ତ ଚିହ୍ନଟ

ଆକ୍ରାନ୍ତ ମଧ୍ୟରେ 85 ଜଣ କେବଳ ଷ୍ଟେସନପଡା ଅଞ୍ଚଳର ରହିଛନ୍ତି । ଯାହା ପ୍ରଶାସନ ପାଇଁ ସବୁଠୁ ଚିନ୍ତାର ବିଷୟ ପାଲଟିଛି । ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଅନ୍ୟ ଆକ୍ରାନ୍ତମାନେ ସମ୍ବଲପୁର ମହାନଗରର ବିଭିନ୍ନ ଅଞ୍ଚଳ, କୁଚିଣ୍ଡା, ବାମରା, ମାନେଶ୍ୱର ଓ ରେଢାଖୋଲ ଅଞ୍ଚଳର ଅଟନ୍ତି । ଆଜି ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲାରେ ମୋଟ ଆକ୍ରାନ୍ତାଙ୍କ ସଂଖ୍ୟା 1169 ହୋଇଥିବା ବେଳେ ଏଥିରୁ 506 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ବର୍ତ୍ତମାନ 661ଟି ଆକ୍ଟିଭ କେସ ରହିଛି।

ସମ୍ବଲପୁରରୁ ଦୈନିକ ସର୍ବାଧିକ 168 କୋରୋନା ଆକ୍ରାନ୍ତ ଚିହ୍ନଟ
ସମ୍ବଲପୁରରୁ ଦୈନିକ ସର୍ବାଧିକ 168 କୋରୋନା ଆକ୍ରାନ୍ତ ଚିହ୍ନଟ
ସମ୍ବଲପୁରରୁ ଦୈନିକ ସର୍ବାଧିକ 168 କୋରୋନା ଆକ୍ରାନ୍ତ ଚିହ୍ନଟ

ଅନ୍ୟପଟେ ସୋମବାର ବୁର୍ଲା ମେଡ଼ିକାଲ ଫାଣ୍ଡି ଅଧିକାରୀ କୋରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା 10ରୁ ଉର୍ଦ୍ଧ୍ବ ପୋଲିସ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଇଛି । ଏହା ସହ ଫାଣ୍ଡି ଅଧିକାରୀଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।

ସମ୍ବଲପୁରରୁ ଦୈନିକ ସର୍ବାଧିକ 168 କୋରୋନା ଆକ୍ରାନ୍ତ ଚିହ୍ନଟ

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Aug 10, 2020, 5:44 PM IST

ABOUT THE AUTHOR

...view details