ଓଡିଶା

odisha

By

Published : Aug 6, 2023, 7:32 AM IST

ETV Bharat / state

ହୀରାକୁଦ ଷ୍ଟେସନର ହେବ ନବୀକରଣ, ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର ଡିଭିଜନର 15ଟି ଷ୍ଟେସନର ପୁନଃ ବିକାଶ କରାଯିବ । ଏଥି ମଧ୍ୟରୁ ଆଜି(ରବିବାର) ୧୧ଟି ଷ୍ଟେସନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚ୍ଚୁଆଲ ମୋଡ଼ରେ ଶିଳାନ୍ୟାସ କରିବେ । ସମ୍ବଲପୁର ଡିଭିଜନର ହୀରାକୁଦ ଷ୍ଟେସନ ମଧ୍ୟ ଏହି ତାଲିକାରେ ରହିଛି । ଅଧିକ ପଢ଼ନ୍ତୁ

amrit bharat scheme
ଅମୃତ ଭାରତ ଯୋଜନା

ଅମୃତ ଭାରତ ଯୋଜନା

ସମ୍ବଲପୁର: କେନ୍ଦ୍ର ସରକାର ଅମୃତ ଭାରତ ଯୋଜନାରେ ଦେଶର ମୋଟ 508ଟି ରେଳ ଷ୍ଟେସନର ନବୀକରଣ କରିବାକୁ ଘୋଷଣା କରିଛନ୍ତି । ଏଥିରେ ରାଜ୍ୟର 57ଟି ରେଳ ଷ୍ଟେସନ ଥିବା ବେଳେ ସମ୍ବଲପୁର ଡିଭିଜନର 15ଟି ଷ୍ଟେସନ ରହିଛି l ଏହି 15ଟି ଷ୍ଟେସନରୁ 11ଟି ଷ୍ଟେସନକୁ ଆଜି(ରବିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚ୍ଚୁଆଲ ମୋଡ଼ରେ ଶିଳାନ୍ୟାସ କରିବେ । ସମ୍ବଲପୁର ଡିଭିଜନର ହୀରାକୁଦ ଷ୍ଟେସନ ମଧ୍ୟ ଏହି ତାଲିକାରେ ରହିଛି । ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ ।

ସମ୍ବଲପୁର ହୀରାକୁଦ ଷ୍ଟେସନର ହେବ ନବୀକରଣ । ଭତ୍ତିଭୂମିର ହେବ ସାମୂହିକ ବିକାଶ । ଏୟାରପୋର୍ଟ ପରି ଏଥିରେ ମଧ୍ୟ ରହିବ ସୁବିଧା ଓ ବାତାବରଣ । ହୀରାକୁଦ ଷ୍ଟେସନର ଗୋଟିଏ ଗେଟ ଥିବା ବେଳେ ଦ୍ଵିତୀୟ ଗେଟ ତିଆରି ହେବ । ଯାତ୍ରୀଙ୍କ ପାଇଁ ଉନ୍ନତ ଧରଣର ଶୌଚାଳୟ ହେବ । ବିଶ୍ରାମଗାରକୁ ବଡ଼ କରାଯିବା ସହ ଏଥିରେ ଉନ୍ନତମାନର ସୁବିଧା ରହିବ । 12 ମିଟର ଚଉଡ଼ାର ଫୁଟ ଓଭର ବ୍ରିଜ ତିଆରି ହେବ, ଯେଉଁଥିରେ ଲିଫ୍ଟ ଓ ଏସ୍କଲେଟରର ବ୍ୟବସ୍ଥା ରହିବ । ଲାଇଟିଂ ବ୍ୟବସ୍ଥା ମଧ୍ୟ ଉନ୍ନତମାନର ତିଆରି ହେବ l ଏହା ସହ ଷ୍ଟେସନଟି ପୁରାପୁରି ସବୁଜ ଶକ୍ତିରେ ପରିଚାଳିତ ହେବ ବୋଲି ସମ୍ବଲପୁର DRM ସୂଚନା ଦେଇଛନ୍ତି l

ଏହା ମଧ୍ୟ ପଢ଼ନ୍ତୁ:Amrit Bharat Scheme: ପୂର୍ବତଟ ରେଳପଥର ୫୭ଟି ଷ୍ଟେସନର ହେବ ନବୀକରଣ

ଷ୍ଟେସନରେ ଉନ୍ନତ ପାର୍କିଙ୍ଗ ବ୍ୟବସ୍ଥା ହେବ । ଏହି ଭଳି ଭାବରେ ଷ୍ଟେସନଟି କମର୍ସିଆଲ ଓ ଇକୋନୋମିକ ସେଣ୍ଟର ହେବ । ସ୍ଥାନୀୟ ଲୋକଙ୍କୁ ରୋଜଗାର ମିଳିବ ବୋଲି DRM ସୂଚନା ଦେଇଛନ୍ତି l ହୀରାକୁଦ ସମେତ ବରଗଡ଼ ରୋଡ଼, ବରପାଲି, ବଲାଙ୍ଗୀର, ଭାବନୀ ପାଟଣା, ହରିଶଙ୍କର ରୋଡ଼, କଣ୍ଟା ବାଞ୍ଜି, ମୁନିଗୁଡା, ଖରିଆର ରୋଡ଼, ମହାସମୁନ୍ଦ ଆଦି ଷ୍ଟେସନରେ ମଧ୍ୟ ଏହିଭଳି ଉନ୍ନତିକରଣ କରାଯିବ l ଏଥିରେ ମୋଟ 311 କୋଟି ଖର୍ଚ୍ଚ ହେବ l ଏହାସହ ଷ୍ଟେସନ ଗୁଡିକରେ ସ୍ଥାନୀୟ କଳା ସ୍ଥାପତ୍ୟର ଝଲକ ଦେଖିବାକୁ ମିଳିବ l ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି DRM ବିନୀତ ସିଂ ସୂଚନା ଦେଇଛନ୍ତି l ହୀରାକୁଦ ଷ୍ଟେସନର ଶିଳାନ୍ୟାସ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ସହ ରେଳବାଇର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିବେ l

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details