ଓଡିଶା

odisha

ପୁଣି ସମ୍ବଲପୁରରେ 13 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

By

Published : Jul 24, 2020, 5:44 PM IST

ଶୁକ୍ରବାର ଚିହ୍ନଟ 13 କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କୋରୋନା ଯୋଦ୍ଧା ଥିବା ଜଣାପଡିଛି ।

corona
ପୁଣି ସମ୍ବଲପୁରରେ 13 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ସମ୍ବଲପୁର: ପୁଣି ସମ୍ବଲପୁର ଜିଲ୍ଲାରେ 13 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଶୁକ୍ରବାର ଚିହ୍ନଟ 13 କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କୋରୋନା ଯୋଦ୍ଧା ଥିବା ଜଣାପଡିଛି ।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ 6 ଜଣ ଆକ୍ଟିଭ ସର୍ଭିଲେନ୍ସ ଟିମ୍ ଦ୍ୱାରା ଚିହ୍ନଟ ହୋଇଥିବା ବେଳେ ଅନ୍ୟ 7 ଜଣଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଯିଏ ଜଣେ କୋରୋନା ଯୋଦ୍ଧା ଅଟନ୍ତି। ସେ ରେଢାଖୋଲ ଅଞ୍ଚଳର ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ବାକିଥିବା ଅନ୍ୟ 6 ଜଣ ଆକ୍ରାନ୍ତ ମଧ୍ୟରୁ 2 ଜଣ ରେଢାଖୋଲ ଏନଏସି ଅଞ୍ଚଳର ଓ 4 ଜଣ ସମ୍ବଲପୁର ଏସଏମସି ଅଞ୍ଚଳର ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଦିନକୁ ଦିନ ସମ୍ବଲପୁରରେ କୋରୋନା ଅକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାରୁ ଏହା ଜିଲ୍ଲା ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ହୋଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ଓ ହୀରାକୁଦ ଅଞ୍ଚଳର 4 ଟି ସ୍ଥାନରେ 144 ଧାରା ଜାରି କରାଯାଇଛି।

ସମ୍ବଲପୁରର ବଡ଼ବଜାର ଅଞ୍ଚଳର କେଉଁଟପଡା, କୁଷ୍ଟାପଡା, ସାକ୍ଷୀପଡାର ମୁଣ୍ଡାପଡା ଓ ହୀରକୁଦ ସହର ଖ୍ରୀଷ୍ଟିଆନ ପଡାରେ ଜିଲ୍ଲା ପ୍ରଶାସନ ପକ୍ଷରୁ 144 ଧାରା ଜାରି କରାଯାଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details