ସମ୍ବଲପୁର: ଯୁଜୁମୁରା ଥାନା ଅନ୍ତର୍ଗତ ବାନ୍ଦେର ସଂରକ୍ଷିତ ଜଙ୍ଗଲରୁ ମୃତଦେହ ଉଦ୍ଧାର ଘଟଣାରେ 12 ଜଣ ଗିରଫ । ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ଯୁଜୁମୁରା ପୋଲିସ ସୂଚନା ଦେଇଛି ।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ଉକ୍ତ ଜଙ୍ଗଲରୁ ଧଧଲୋମୁଣ୍ଡା ଗାଁର ନିଲମ୍ବର ବନଛୋର ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ବନ୍ୟଜନ୍ତୁ ଶିକାର ପାଇଁ ବଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନିଳାମ୍ବର ଗୁରୁତର ଆହତ ହୋଇଥିଲେ । ଅପରାଧ ଲୁଚାଇବାକୁ ଯାଇ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ତାଙ୍କର ଗଳା କାଟି ଜଙ୍ଗଲେ ଫିଙ୍ଗି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ଆଇପିସି 302/201/34 ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।