ଓଡିଶା

odisha

By

Published : Oct 8, 2019, 8:36 PM IST

ETV Bharat / state

ସିନ୍ଦୁର ଖେଳରେ ମା’ଙ୍କୁ ବିଦାୟ

ବିଜୟା ଦଶମୀରେ ମା ଦୁର୍ଗାଙ୍କୁ ପୂଜାର୍ଚ୍ଚନା ପରେ ସଧବା ନାରୀ ମାନେ ପରସ୍ପରଙ୍କୁ ସିନ୍ଦୁର ବୋଳିଥା’ନ୍ତି। ବଙ୍ଗାଳୀ ସମ୍ପ୍ରଦାୟର ଏହି ସିନ୍ଦୁର ଖେଳ ଏକ ଅନନ୍ୟ ପରମ୍ପରା । ଅଧିକ ପଢ଼ନ୍ତୁ...

ସିନ୍ଦୁର ଖେଳର ନିଆରା ପରମ୍ପରା

ସମ୍ବଲପୁର: 101 ବର୍ଷରେ ପଦାର୍ପଣ କରିଛି ସମ୍ବଲପୁର କାଳିବାଡିର ଦୁର୍ଗାପୂଜା। ଆଉ ପ୍ରତ୍ୟେକ ବର୍ଷ ବିଜୟା ଦଶମୀରେ ଏଠାରେ ଅନୁଷ୍ଠିତ ହୁଏ ସିନ୍ଦୁର ଖେଳ। ସିନ୍ଦୁର ଖେଳ ବଙ୍ଗାଳୀ ସମ୍ପ୍ରଦାୟର ଏକ ଅନନ୍ୟ ପର୍ବ। ଏହି ଦିନ ବଙ୍ଗାଳୀ ସମ୍ପ୍ରଦାୟର ମହିଳା ମାନେ ମା’ ଦୁର୍ଗାଙ୍କୁ ନିଜର ଝିଅ ଭାବରେ ରୀତିନୀତି ଅନୁସାରେ ଶାଶୁଘରକୁ ପଠାଇବାର ପରମ୍ପରା ରହିଛି। ସମ୍ବଲପୁର କାଳିବାଡିରେ ବଙ୍ଗୀୟ ରୀତିନୀତି ଅନୁସାରେ ମହାଷଷ୍ଠୀରୁ ଆରମ୍ଭ ହୋଇଥିବା ଶାରଦୀୟ ଦୁର୍ଗାପୂଜା ବିଜୟା ଦଶମୀରେ ସମାପନ ହୋଇଥାଏ। ଆଉ ବିଜୟା ଦଶମୀ ସକାଳୁ ବଙ୍ଗାଳୀ ସଧବା ମହିଳା ମାନେ ପୂଜା ମଣ୍ଡପକୁ ଆସି ମା ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରିବା ସହ ମିଠା ଖୁଆଇଥାନ୍ତି। ତାପରେ ଆରମ୍ଭ ହୋଇଯାଏ ସିନ୍ଦୁର ଖେଳ।

ସିନ୍ଦୁର ଖେଳର ନିଆରା ପରମ୍ପରା

ସିନ୍ଦୁର ଖେଳ ଏକ ନିଆରା ପରମ୍ପରା । ବିଜୟା ଦଶମୀରେ ମା ଦୁର୍ଗାଙ୍କୁ ପୂଜାର୍ଚ୍ଚନା ପରେ ସଧବା ନାରୀ ମାନେ ପରସ୍ପରଙ୍କୁ ସିନ୍ଦୁର ବୋଳିଥା’ନ୍ତି। ଜଣେ ସଧବା ନାରୀ ଆଉ ଜଣେ ସଧବା ନାରୀଙ୍କ ମଥାରେ ସିନ୍ଦୁର ଦେଇ ପରସ୍ପର ସ୍ବାମୀଙ୍କର ଦୀର୍ଘଜୀବନ କାମନା କରନ୍ତି। ବିଜୟା ଦଶମୀରେ ମା’ଙ୍କୁ ବିଦାୟ ଦେଉଥିବାରୁ କିଛି ମହିଳା ଭାବ ପ୍ରବଣ ହେଉଥିବାର ମଧ୍ୟ ଦେଖାଯାଏ। ବିଜୟା ଦଶମୀ ତିଥିରେ ମା’ ଦୁର୍ଗାଙ୍କୁ ସମସ୍ତ ରୀତି ନୀତି ସହ ଶାଶୁ ଘରକୁ ପଠାଯାଏ ବୋଲି ଏମାନେ ବିଶ୍ବାସ କରନ୍ତି । ସନ୍ଧ୍ୟାରେ ଶ୍ରଦ୍ଧାଳୁ ମାନେ ମାଙ୍କୁ ନିଜ କାନ୍ଧରେ ବୋହି ବିସର୍ଜନ କରନ୍ତି। ମା’ ବିଦାୟ ନେଉଛନ୍ତି ଏକ ବର୍ଷ ପାଇଁ। ସେଥିପାଇଁ ସଧବା ନାରୀ ମାନେ ନିଜର ଝିଅକୁ ଶାଶୁ ଘରକୁ ବିଦା କଲାପରି, ମା’ଙ୍କୁ ସିନ୍ଦୁର ପାନପାତ୍ର ମିଠା ପୁଷ୍ପ ଇତ୍ୟାଦି ଦେଇ ଏକ ବର୍ଷ ପରେ ପୁଣି ଆସିବାକୁ କହି ବିଦାୟ ଦେବାର ପରମ୍ପରା ରହିଛି।

ସମ୍ବଲପୁର କାଳିବାଡିର ପୂଜାକୁ ସର୍ବ ପୁରାତନ କୁହାଯାଏ। ଆଉ ପ୍ରତ୍ୟେକ ବର୍ଷ ଏହି ସିନ୍ଦୁର ଖେଳରେ ବଙ୍ଗାଳି ସମ୍ପ୍ରଦାୟର ମହିଳାଙ୍କ ସହ ଅନ୍ୟ ସମ୍ପ୍ରଦାୟର ମହିଳା ମଧ୍ୟ ସାମିଲ ହୁଅନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details