ଓଡିଶା

odisha

ETV Bharat / state

ମୁଣ୍ଡ ଉପରେ ପରୀକ୍ଷା, 10 ହାଇସ୍କୁଲରେ ନାହାଁନ୍ତି ଶିକ୍ଷକ - ସମ୍ବଲପୁର ଖବର

ପିଲାଙ୍କୁ ଘାରିଛି ପରୀକ୍ଷା ଚିନ୍ତା । ହେଲେ 10ଟି ସ୍କୁଲରେ ନାହାଁନ୍ତି ଶିକ୍ଷକ । ସେପଟେ, ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ବିଧାୟକ ଓ ଶିକ୍ଷା ଅଧିକାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Nov 8, 2019, 4:02 PM IST

ସମ୍ବଲପୁର: ମୁଣ୍ଡ ଉପରେ ପରୀକ୍ଷା । ହେଲେ ସ୍କୁଲର ନବମ ଓ ଦଶମ ଶ୍ରେଣୀ ପାଇଁ ନାହାନ୍ତି ଶିକ୍ଷକ । ଜିଲ୍ଲାର ଏହା ଗୋଟିଏ ହାଇସ୍କୁଲର ସମସ୍ୟା ନୁହେଁ, 10ଟି ସ୍କୁଲର ଅବସ୍ଥା ଏପରି । ଏଭଳି ସ୍ଥଳରେ ପିଲାଙ୍କ ଭବିଷ୍ୟତ ସହ କିପରି ଖେଳାଯାଉଛି ତାହାର ନଗ୍ନ ନମୂନା ଦେଖିବାକୁ ମିଳିଛି ଜିଲ୍ଲାରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

କେବଳ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଦ୍ବାରା ପରିଚାଳିତ ହେଉଥିବା ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ରହିଛି । ଆଉ ସପ୍ତାହକୁ 3ଦିନ ଆସି ଶିକ୍ଷାଦାନ କରୁଛନ୍ତି 2ଜଣ ଶିକ୍ଷକ । ବଲାରଙ୍ଗା ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ସଂଖ୍ୟା ପ୍ରାୟ 50ଜଣ । ଏଠାରେ 6ଟି ହାଇସ୍କୁଲ ଶିକ୍ଷକ ରହିବା ଦରକାର ହେଲେ ଏଠାରେ ଜଣେ ବି ନାହାନ୍ତି ଶିକ୍ଷକ । ଜିଲ୍ଲାରେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ନେଇ ଶିକ୍ଷା ଅଧିକାରୀ ସୁବୋଧ ଦାସ କହୁଛନ୍ତି, ଜିଲ୍ଲାରେ ଏପରି ହାଇସ୍କୁଲ ଗୋଟିଏ ନୁହେଁ, 10ଟି ରହିଛି ।

ଏଥିସହ ଶିକ୍ଷାଧିକାରୀ କହିଛନ୍ତି, ରାଜ୍ୟ ଶିକ୍ଷା ବିଭାଗର ସ୍ବୀକୃତ ନଥିବାରୁ ପ୍ରାୟ 60ଟି ଶିକ୍ଷକ ପଦବୀ ପୂରଣ ହେଉନାହିଁ । ସେପଟେ, ନିଜ ନିର୍ବାଚନୀ ମଣ୍ଡଳୀର ଏପରି ଶିକ୍ଷାବ୍ୟବସ୍ଥାରେ ଅସହାୟ ପ୍ରକାଶ କରିଛନ୍ତି ରେଙ୍ଗାଲି ବିଧାୟକ ନାଉରୀ ନାଏକ । ଏଥିସହ ସେ ରାଜ୍ୟ ସରକାରଙ୍କ ଶିକ୍ଷା ନୀତି ଉପରେ ଦୋଷ ଲଦିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details