ଓଡିଶା

odisha

ETV Bharat / state

ରାୟଗଡା ଜିଲ୍ଲା ପରିଷଦ ଅଧକ୍ଷ ପାଇଁ ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଜିଲ୍ଲା ପରିଷଦ ଅଧକ୍ଷ ପାଇଁ ରାୟଗଡାରେ ଆରମ୍ଭ ହୋଇଛି ଉପନିର୍ବାଚନ ପ୍ରକ୍ରିୟା। ଡିଆରଡିଏ ସମ୍ମିଳନୀ କକ୍ଷରେ ଭୋଟ ପାଇଁ ଉଭୟ କଂଗ୍ରେସ ଓ ବିଜେଡିର ସଦସ୍ୟ ମାନେ ଉପସ୍ଥିତ ଅଛନ୍ତି। ହୁଇପ ଜାରି ପରେ ବିଜେପିର ଦୁଇ ଜଣ ସଭ୍ୟ ଭୋଟ ଦେବାକୁ ଯାଇଥିବାରୁ ପୋଲିସ ସହ ବିଜେପି କର୍ମୀଙ୍କ ଗଣ୍ଡଗୋଳ। ଅଧିକ ଖବର ପଢନ୍ତୁ...

By

Published : Feb 19, 2020, 2:21 PM IST

Updated : Feb 19, 2020, 2:51 PM IST

_election
ରାୟଗଡା ଜିଲ୍ଲା ପରିଷଦ ଅଧକ୍ଷ ପାଇଁ ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ

ରାୟଗଡା: ଜିଲ୍ଲା ପରିଷଦ ଅଧକ୍ଷ ପାଇଁ ରାୟଗଡାରେ ଆରମ୍ଭ ହୋଇଛି ଉପନିର୍ବାଚନ ପ୍ରକ୍ରିୟା। ଡିଆରଡିଏ ସମ୍ମିଳନୀ କକ୍ଷରେ ଭୋଟ ପାଇଁ ଉଭୟ କଂଗ୍ରେସ ଓ ବିଜେଡିର ସଦସ୍ୟ ମାନେ ଉପସ୍ଥିତ ଅଛନ୍ତି ବିଜେପିର ରାଜ୍ୟ ସଭାପତିଙ୍କ ହୁଇପ ଜାରି କରିବା ପରେ ମଧ୍ୟ ବିଜେପିର ଦୁଇ ଜଣ ସଭ୍ୟ ଭୋଟ ଦେବାକୁ ଯାଇଥିବାରୁ ବିଜେପି ପକ୍ଷରୁ କିଛି ସମୟ ପାଇଁ ପୋଲିସ ଅଧିକାରୀଙ୍କ ସହ ପାଟି ତୁଣ୍ଡ କରିଥିଲେ। ପ୍ରଶାସନର କିଛି ଅଧିକାରୀଙ୍କ ସହଯୋଗରେ ବିଜେପିର ଦୁଇ ସଭ୍ୟ ଭୋଟ ଦାନ କରିବାକୁ ଯାଇଥିବା ଅଭିଯୋଗ ଆଣିଛି ବିଜେପି।

ରାୟଗଡା ଜିଲ୍ଲା ପରିଷଦ ଅଧକ୍ଷ ପାଇଁ ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ

ବର୍ତ୍ତମାନ ସ୍ଥିତି ସ୍ଵାଭାବିକ ଅଛି ,ତେବେ ଏହି ନିର୍ବାଚନର ଅଧ୍ୟକ୍ଷ ପଦ ପାଇଁ ବିଜେଡିରୁ ଗଙ୍ଗାଧର ପୁଆଲା ଓ କଂଗ୍ରେସରୁ ଆଶୁତୋଷ କିଲକା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ରାୟଗଡା ଜିଲ୍ଲା ପରିଷଦରେ ମୋଟ 22 ଜଣ ଜିଲ୍ଲା ପରିଷଦ ସଭ୍ୟ ରହିଥିବା ବେଳେ ଅଧକ୍ଷ ପୁରୁଷତ୍ତମ ଗମଙ୍ଗଙ୍କ ନିଧନ ପରେ ଏବେ ରହିଛନ୍ତି 21 ଜଣ ଜିଲ୍ଲା ପରିଷଦ ସଭ୍ୟ । ତେବେ ବିଜେଡ଼ି ପାଖରେ ୭ ଜିଲ୍ଲା ପରିଷଦ ଥିବା ବେଳେ କଂଗ୍ରେସ ପାଖରେ ୧୦ ଏବଂ ବିଜେପି ପାଖରେ ୪ ଜିଲ୍ଲା ପରିଷଦ ସଭ୍ୟ ଅଛନ୍ତି ।

ଗୋଟିଏପଟେ ହୁଇପ ଜାରି ସତ୍ବେ ବିଜେପିର ଦୁଇ ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନରେ ଭାଗ ନେବା ଏବଂ କଂଗ୍ରେସର ଦୁଇ ଜିଲ୍ଲା ପରିଷଦ ସଭ୍ୟ ଦିନ 12ଟା ସୁଧା ଭୋଟିଂ ହଲକୁ ଆସିନଥିବା ବେଳେ ଏହାକୁ ନେଇ ରାଜନୀତି ଜୋର ଧରିଛି। ତେବେ ଆଉ କିଛି ସମୟ ପରେ ଅଧ୍ୟକ୍ଷ ପଦ କିଏ ହାତେଇବ ତାହା ସ୍ପଷ୍ଟ ହେବ ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

Last Updated : Feb 19, 2020, 2:51 PM IST

ABOUT THE AUTHOR

...view details