ଓଡିଶା

odisha

ETV Bharat / state

ବିଦ୍ୟୁତ ଖୁଣ୍ଟ ପଡି ଗାଈ ଚରାଳୀ ମୃତ - ଗାଈ ଚରାଳି ମୃତ

ଗାଈ ଚରାଇବାକୁ ଯାଇଥିବା ପୁରୁଣା ଗୁଣୁପୁର ଅଞ୍ଚଳର ସିମାଦ୍ରୀ ଗୌଡଙ୍କ ଉପରେ ବିଦ୍ୟୁତ ଖୁଣ୍ଟ ପଡିଯିବାରୁ ତାଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ବିଦ୍ୟୁତ ଖୁଣ୍ଟ ପଡି ଗାଈ ଚରାଳି ମୃତ
ବିଦ୍ୟୁତ ଖୁଣ୍ଟ ପଡି ଗାଈ ଚରାଳି ମୃତ

By

Published : Oct 14, 2020, 8:15 PM IST

ରାୟଗଡା: ବିଦ୍ୟୁତ ଖୁଣ୍ଟ ପଡି ଜଣେ ଗାଈ ଚରାଳିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗୁଣୁପୁର ଥାନା ପୁରୁଣା ଗୁଣୁପୁର ଅଞ୍ଚଳର ସିମାଦ୍ରୀ ଗୌଡ। ସିମାଦ୍ରି ଗାଈ ଚରେଇବା ପାଇଁ ଯାଇଥିବା ବେଳେ ନିକଟରେ ଥିବା ଏକ ମଣ୍ଡପରେ ବିଶ୍ରାମ ନେଉଥିଲେ। ଅଚାନକ ନିକଟରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ତାଙ୍କ ଉପରେ ପଡିଯାଇଥିଲା।

ବିଦ୍ୟୁତ ଖୁଣ୍ଟ ପଡି ଗାଈ ଚରାଳି ମୃତ

ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଲୋକଙ୍କ କହିବା ଅନୁଯାୟୀ, ଦିନ ସାରା ବର୍ଷା ଯୋଗୁଁ ମାଟି ସନ୍ତସନ୍ତିଆ ହୋଇଥିବାରୁ ଖୁଣ୍ଟଟି ପଡ଼ି ଯାଇଥିଲା । ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠେଇ ତଦନ୍ତ ଆରମ୍ଭ କରିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details