ରାୟଗଡ଼ା : ଜିଲ୍ଲା ଜେମାଦେଇପେଣ୍ଠ ରେଳ ଷ୍ଟେସନରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏକ ସୁପରଫାଷ୍ଟ ଟ୍ରେନର ଉପରେ ଚଢ଼ି ଯୁବକ ଜଣକ ଟ୍ରେନ ଚଳାଚଳ କରିବା ପାଇଁ ଲଗାଯାଇଥିବା ହାଇ ଭୋଲଟେଜ ବିଦ୍ୟୁତ ତାରକୁ ଧରିଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।
ମୃତ ଯୁବକ ଜଣକଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ,ଆଜି (ବୁଧବାର) ସକାଳ ୬ ଟା ସମୟରେ ତାମିଳନାଡୁର ତମ୍ବାରାମ ଠାରୁ ଝାରଖଣ୍ଡ ଯାସିଡିହ ଯାଉଥିବା ଟ୍ରେନ ନମ୍ବର ୧୨୩୭୫ ଜାସିଡିହ ସୁପରଫାଷ୍ଟ ଏକ୍ସପ୍ରେସ ରାୟଗଡ଼ା ଅଭିମୁଖେ ଆସୁଥିଲା । ଏକ୍ସପ୍ରେସ ଟ୍ରେନର ରହଣି ପାର୍ବତିପୁରମ ଷ୍ଟେସନ ପରେ ରାୟଗଡ଼ା ଷ୍ଟେସନରେ ରହିବାର ଥିଲା । ତେବେ କୌଣସି କାରଣରୁ ରେଳ ବିଭାଗ କର୍ତ୍ତୃପକ୍ଷ ରାୟଗଡ଼ା ପହଞ୍ଚିବା ପୂର୍ବରୁ ଜେମାଦେଇପେଣ୍ଠ ଷ୍ଟେସନରେ କିଛି ସମୟ ପାଇଁ ଅଟକି ରହିଥିଲା ।