ଓଡିଶା

odisha

ETV Bharat / state

ଆଦିବାସୀ ଇଲାକାରେ ସଡକ ସୁରକ୍ଷା ବାର୍ତ୍ତା ଦେଲେ ଯମରାଜ - ରାୟଗଡା ଲାଟେଷ୍ଟ ନ୍ୟୁଜ୍‌

ସଡକ ଦୁର୍ଘଟଣାକୁ ଏଡାଇବା ସହ ନିରାପଦ ଯାତ୍ରା ପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ରାୟଗଡାରେ ବୁଲିଛନ୍ତି ଯମରାଜ ।

rayagada latest news, rayagada road safety awareness program, road safetty awareness program, ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ, ରାୟଗଡା ଲାଟେଷ୍ଟ ନ୍ୟୁଜ୍‌, ରାୟଗଡାରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ଆଦିବାସୀ ଅଞ୍ଚଳରେ ସଡକ ସୁରକ୍ଷାର ବାର୍ତ୍ତା ପହଞ୍ଚାଇଲେ ଯମତରାଜ

By

Published : Jan 13, 2020, 9:04 PM IST

ରାୟଗଡା: ସଡକ ଦୁର୍ଘଟଣାକୁ ଏଡାଇବା ସହ ନିରାପଦ ଯାତ୍ରା ପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ରାୟଗଡାରେ ବୁଲିଛନ୍ତି ଯମରାଜ । ରାୟଗଡା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ 31ତମ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ଏଭଳି ଅଭିନବ ପ୍ରୟାସ କରାଯାଇଛି ।

ଆଦିବାସୀ ଅଞ୍ଚଳରେ ସଡକ ସୁରକ୍ଷାର ବାର୍ତ୍ତା ପହଞ୍ଚାଇଲେ ଯମତରାଜ

ସୋମବାର ସ୍ଥାନୀୟ ଗଜପତି ଛକଠାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, କୋରାପୁଟ ଲୋକସଭା ସାଂସଦ ତଥା ପାର୍ଲିଆମେଣ୍ଟ୍ରି ସଡକ ସୁରକ୍ଷା କମିଟି ଅଧ୍ୟକ୍ଷ ସପ୍ତଗିରି ଉଲାକା ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି ଅବସରରେ ଏକ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା ।

ଏଥିସହ କାର୍ଯ୍ୟକ୍ରମରେ ମନ୍ତ୍ରୀ ଓ ସାଂସଦଙ୍କ ସମେତ କଳାକାରମାନେ ଯମରାଜ ବେଶ ସାଜି ଲୋକଙ୍କୁ ସଚେତେନା କରିଥିଲେ । ଯେଉଁମାନଙ୍କୁ ସହଯୋଗର ହାତ ବଢାଇଥିଲେ ଜିଲ୍ଲାର କିନ୍ନରମାନେ। ଏହି କାର୍ଯ୍ୟକ୍ରମ ଜରିଆରେ ସଭିଏଁ ରାସ୍ତାରେ ଯାଉଥିବା ଗାଡି ଚାଳକମାନଙ୍କୁ ଚକୋଲେଟ ଦେଇ ସଚେତନ କରାଇଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details