ଓଡିଶା

odisha

ETV Bharat / state

ଫେଲ୍ ମାରିଛି ଏଡସ୍ ସହାୟତା ଯୋଜନା, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା - Worlds Aids day

ଏଡସ୍ ନିରାକରଣ ଏବଂ ଆକ୍ରାନ୍ତଙ୍କ ଥଇଥାନ ପାଇଁ ସରକାର କରିଛନ୍ତି ଅନେକ ଯୋଜନା । ହେଲେ ସବୁ ଯୋଜନା ରାୟଗଡ଼ାରେ ଫେଲ ମାରିଛି । ୨୦୦୩ ରୁ ୨୦୧୯ ଅକ୍ଟୋବର ସୁଦ୍ଧା ଜିଲ୍ଲାରେ ୧୬୭ ଏଡସ ରୋଗୀ ଆଖି ବୁଜି ସାରିଲେଣି ।

Worlds Aids day
ଫେଲ୍ ମାରିଛି ଏଡସ୍ ସହାୟତା ଯୋଜନା, ବଢୁଛନ୍ତି ଏଡସ୍ ରୋଗୀ

By

Published : Dec 1, 2019, 11:24 PM IST

ରାୟଗଡ଼ା: ଏଡସ୍ ନିରାକରଣ ଏବଂ ଆକ୍ରାନ୍ତଙ୍କ ଥଇଥାନ ପାଇଁ ସରକାର କରିଛନ୍ତି ଅନେକ ଯୋଜନା । ହେଲେ ସବୁ ଯୋଜନା ସତେ ଯେମିତି ବାଟ ହୁଡିଛି ରାୟଗଡା ଜିଲ୍ଲାରେ । ଏହାର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ଜିଲ୍ଲାର ସଦର ମହକୁମାର କେନ୍ଦ୍ରସ୍ଥଳରେ ବାସ କରୁଥିବା ଏକ ପରିବାରଙ୍କ କ୍ଷେତ୍ରରେ ।

ଡିସେମ୍ବର 1 ବିଶ୍ଵ ଏଡସ ଦିବସ । ଏହି ଦିନରେ ଏଭଳି ଏକ ପରିବାରକୁ ଭେଟିଥିଲା ଆମ ଇଟିଭି ଭାରତ ଟିମ । ପରିବାର କହିଲେ ବାପା ମାଆ ସହିତ ଦୁଇ ସନ୍ତାନ । 2007 ମସିହାରେ ପରିବାର ମୁଖିଆଙ୍କୁ ଏଡସ ହୋଇଥିବା ଜଣାପଡିଥିଲା । ତାଙ୍କ ଚିକିତ୍ସା ସମୟରେ ତାଙ୍କ ସ୍ତ୍ରୀ ଏବଂ 19 ବର୍ଷର ପୁଅକୁ ମଧ୍ୟ ଏଡସ ହୋଇଥିବା ଜଣାପଡିଲା । ଦରିଦ୍ର ସୀମାରେଖା ତଳେ ଥିବା ଏହି ପରିବାର ଚିକିତ୍ସା ଅଭାବରୁ ପୁଅର ପଢାରେ ଡୋରି ବନ୍ଧା ହୋଇଥିଲା । ହେଲେ ଏଯାଏଁ ଏହି ପରିବାରକୁ ନା ମିଳିଛି ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡିଏ ଘର ନା ବିପିଏଲ ଭଳି ଖଣ୍ଡିଏ କାର୍ଡ ।

ଫେଲ୍ ମାରିଛି ଏଡସ୍ ସହାୟତା ଯୋଜନା, ବଢୁଛନ୍ତି ଏଡସ୍ ରୋଗୀ

ସେପଟେ ଚାଲିଛି ଏଡସ ପାଇଁ ସଚେତନତା । ତୃଣମୂଳସ୍ତରରେ ଏହାର ବାର୍ତ୍ତା ପହଞ୍ଚାଇବାକୁ କାମ କରୁଛନ୍ତି ସ୍ବେଚ୍ଛାସେବୀ ଅନୁଷ୍ଠାନ। ଗାଁ ଠାରୁ ଆରମ୍ଭ କରି ସ୍କୁଲ୍, କଲେଜ, ଛାତ୍ରଛାତ୍ରୀଙ୍କୁ ସଚେତନତା କରିବା ବାବଦକୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ଜିଲ୍ଲାରେ ଏଡସ୍ ଆକ୍ରାନ୍ତଙ୍କ ସଂଖ୍ୟା କମିବା ବଦଳରେ ବଢ଼ି ଚାଲିଛି । ବର୍ତ୍ତମାନ ଜିଲ୍ଲାରେ ୧୦୩୬ ଜଣ ଏଡସ୍ ଆକ୍ରାନ୍ତ ରହିଛନ୍ତି । ୨୦୦୩ ରୁ ୨୦୧୯ ଅକ୍ଟୋବର ସୁଦ୍ଧା ଜିଲ୍ଲାରେ ୧ ଲକ୍ଷ ୭୬ ହଜାର ୭୦୪ ଜଣଙ୍କୁ କାଉନସେଲିଂ କରାଯାଇଛି । ଏହାସହ ପରୀକ୍ଷା ହୋଇଥିବା ୧ ଲକ୍ଷ ୩୪ ହଜାର ୬୫୫ ରକ୍ତ ନମୂନାରୁ ୧୦୩୬ ଜଣଙ୍କ ରକ୍ତ ନମୂନା ପଜିଟିଭ୍ ରହିଛି । ଯାହାଙ୍କ ମଧ୍ୟରୁ ୧୬୭ ଜଣ ଆଖି ବୁଜି ସାରିଲେଣି । ତେବେ ଏଡସ ଆକ୍ରାନ୍ତ ପରିବାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details