ଓଡିଶା

odisha

By

Published : Dec 6, 2020, 10:58 AM IST

Updated : Dec 6, 2020, 11:21 AM IST

ETV Bharat / state

ବିଶ୍ବ ମୃତ୍ତିକା ଦିବସରେ ପାଠ ପଢିଲେ ଚାଷୀ

ରାୟଗଡ଼ା କୃଷି ବିଜ୍ଞାନକେନ୍ଦ୍ରଠାରେ ପାଳିତ ହୋଇଯାଇଛି ବିଶ୍ବ ମୃତ୍ତିକା ଦିବସ । ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ମୃତ୍ତିକାକୁ କିପରି ଉତ୍ପାଦନକ୍ଷମ କରିହେବ ଏ ସମ୍ପର୍କରେ ମୃତ୍ତିକା ରସାୟନବିତ କୃଷକ ମାନଙ୍କୁ ଅବଗତ କରାଇଥିଲେ । ଅଧିକ ପଢନ୍ତୁ...

World Soil Day is celebrated at the Rayagada Agricultural Science Center
ବିଶ୍ବ ମୃତିକା ଦିବସରେ ପାଠ ପଢିଲେ ଚାଷୀ

ରାୟଗଡ଼ା: ବିଶ୍ବ ମୃତ୍ତିକା ଦିବସରେ ପାଠ ପଢିଲେ ଚାଷୀ । ରାୟଗଡ଼ା କୃଷି ବିଜ୍ଞାନକେନ୍ଦ୍ରଠାରେ ପାଳିତ ହୋଇଯାଇଛି ବିଶ୍ବ ମୃତ୍ତିକାଦିବସ । ଓଡିଶା ଏକ କୃଷି ପ୍ରାଧନ୍ୟରାଜ୍ୟ । ଜିଲ୍ଲା କୃଷି ଅଧିକାରୀ ଦୁର୍ଯ୍ୟୋଧନ ପ୍ରହରାଜଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବକ୍ତାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣକରି କୃଷି ଉପରେ ମୃତ୍ତିକାର ଆବଶ୍ୟକତା ଓ ଗଛର ବୃଦ୍ଧି ପାଇଁ ପାଖାପାଖି 17ରୁ ଅଧିକ ଉପାଦାନ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ ।

ବିଶ୍ବ ମୃତ୍ତିକା ଦିବସରେ ପାଠ ପଢିଲେ ଚାଷୀ

ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ମୃତ୍ତିକାକୁ କିପରି ଉତ୍ପାଦନକ୍ଷମ କରିହେବ ଏ ସମ୍ପର୍କରେ ମୃତ୍ତିକା ରସାୟନବିତ କୃଷକ ମାନଙ୍କୁ ଅବଗତ କରାଇଥିଲେ । ଚାଷୀମାନେ କିପରି କୃଷି ବିଜ୍ଞାନ କେନ୍ଦ୍ର ଦ୍ବାରା ଉପକୃତ ହୋଇପାରିବେ ଏବଂ ତାଲିମ ଗ୍ରହଣ କରି ଚାଷର ମାନ ବୃଦ୍ଧି ଓ ଅଧିକ ଅମଳ କରି ପାରିବେ, ସେ ନେଇ କୃଷି ଅଧିକାରୀ ନିରଞ୍ଜନ ସେଠୀ ଓ ବରିଷ୍ଠ କୃଷିବିତ କୃଷ୍ଣ ପ୍ରସାଦ ବେବର୍ତ୍ତା ଆଲୋଚନା ମାଧ୍ୟମରେ ମତ ବ୍ୟକ୍ତ କରିଥିଲେ ।

ଏହା ସହ ଗୁଣପୁର ଜିଲ୍ଲା ପରିଷଦ ସଭ୍ୟ ଅଶ୍ବିନୀ ଗମାଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମୃତ୍ତିକା ବିନା ଜୀବନ ଓ ଜୀବିକା ଅସମ୍ଭବ ବୋଲି ମତ ପ୍ରକାଶ କରିଥିଲେ l କୋଭିଡ ନିୟମ ପାଳନ କରି ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ଅଧିକାରୀ, କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Dec 6, 2020, 11:21 AM IST

ABOUT THE AUTHOR

...view details