ରାୟଗଡା: ଡିସେମ୍ବର 3 ତାରିଖରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ରୂପେ ପାଳନ କରିଥାଏ । ତେବେ ଏହି ଅବସରରେ ରାୟଗଡା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ 2019 ପାଳିତ ହୋଇଯାଇଛି ।
ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ ଦିବ୍ୟାଙ୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ - ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ନ୍ୟୁଜ
ରାୟଗଡରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରମୋଦ ବେହେରା ଯୋଗ ଦେଇ ଦିବ୍ୟାଙ୍ଗ ଭାଇଭଉଣୀଙ୍କୁ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ଅବଗତ କରିବା ସହ 118ଜଣ ଦିବ୍ୟାଙ୍ଗଙ୍କୁ 10ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।
world
ଏହି ଅବସରରେ ଦିବ୍ୟାଙ୍ଗ ଭାଇ ଭଉଣୀଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା କଲ୍ୟାଣ ମଣ୍ଡପରୁ ବାହାରି ସହର ପରିକ୍ରମା କରାଯାଇଥିଲା । ଏହାପରେ ମଣ୍ଡପରେ ପହଞ୍ଚି ଏକ ସାଧାରଣସଭାର ଆୟୋଜନ କରାଯାଇଛି । ଏହି ଦିବସ ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ପ୍ରମୋଦ ବେହେରା ଯୋଗ ଦେଇଥିଲେ । ସେହି ଦିବ୍ୟାଙ୍ଗ ଭାଇଭଉଣୀଙ୍କୁ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ଅବଗତ କରିବା ସହ 118ଜଣ ଦିବ୍ୟାଙ୍ଗଙ୍କୁ 10ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଓ 91 ଜଣକୁ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିଛନ୍ତି
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ
Last Updated : Dec 4, 2019, 7:56 AM IST