ଓଡିଶା

odisha

ETV Bharat / state

ଅଙ୍ଗନବାଡି କର୍ମୀଙ୍କ ବହିଷ୍କାର ଦାବିରେ ମହିଳାଙ୍କ ଧାରଣା, CDPO କହିଲେ ମୋ ହାତରେ କିଛି ନାହିଁ - ଅଙ୍ଗନବାଡି କର୍ମୀଙ୍କୁ ବହିଷ୍କାର ଦାବି ଖବର

ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ନାରାୟଣଗୁଡା ଅଙ୍ଗନବାଡି କର୍ମୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଗ୍ରାମବାସୀ । ପ୍ରତିବାଦରେ ଅଙ୍ଗନବାଡି କର୍ମୀଙ୍କୁ ବହିଷ୍କାର ଦାବି କରି ଶିଶୁ ବିକାଶ ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଗ୍ରାମର ମହିଳା । ଅଧିକ ପଢନ୍ତୁ

ଅଙ୍ଗନବାଡି କର୍ମୀଙ୍କ ବହିଷ୍କାର ଦାବିରେ ମହିଳାଙ୍କ ଧାରଣା
ଅଙ୍ଗନବାଡି କର୍ମୀଙ୍କ ବହିଷ୍କାର ଦାବିରେ ମହିଳାଙ୍କ ଧାରଣା

By

Published : Dec 21, 2021, 8:32 AM IST

ରାୟଗଡା: ଜିଲ୍ଲା ରାମନାଗୁଡ଼ା ବ୍ଲକ ନାରାୟଣଗୁଡା ଅଙ୍ଗନବାଡି କର୍ମୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଗ୍ରାମବାସୀ । ପ୍ରତିବାଦରେ ଅଙ୍ଗନବାଡି କର୍ମୀଙ୍କୁ ବହିଷ୍କାର ଦାବି କରି ଶିଶୁ ବିକାଶ ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଗ୍ରାମର ମହିଳା। ଅଙ୍ଗନବାଡି କର୍ମୀ ଜଣଙ୍କ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ଦେବାରେ ଅନିୟମିତତା ଏବଂ ଶିଶୁମାନଙ୍କ ଅଭିଭାବକଙ୍କ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି ।

ଅଙ୍ଗନବାଡି କର୍ମୀଙ୍କ ବହିଷ୍କାର ଦାବିରେ ମହିଳାଙ୍କ ଧାରଣା

ଏହାଛଡା ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଖେଳନା, ଶୌଚାଳୟ ଇତ୍ୟାଦି ବ୍ୟବହାରକୁ କର୍ମୀ ଜଣକ ବାରଣ କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। କର୍ମୀଙ୍କୁ ଅନ୍ୟତ୍ର ବଦଳି ମଧ୍ୟ ଦାବି କରାଯାଇଛି । ଏ ନେଇ ପୂର୍ବରୁ ରାମନାଗୁଡା ଶିଶୁ ବିକାଶ ଯୋଜନା ଅଧିକାରୀ ଶାନ୍ତିଲତା ରଥ ଗୁଣୁପୁର ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳ ମିଳିନଥିଲା। ଗତ ଅଗଷ୍ଟରୁ ଏଭଳି ଅପ୍ରୀତିକର ପରିସ୍ଥିତି ଲାଗି ରହିବାରୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶିଶୁ ବିକାଶ ଯୋଜନା ଅଧିକାରୀ, ସୁପରଭାଇଜର ପ୍ରମୁଖ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।

ଗ୍ରାମବାସୀ ଉକ୍ତ କର୍ମୀଙ୍କୁ କୌଣସି ମତେ ଗ୍ରହଣ କରୁନଥିବା ଜଣାପଡିଛି । ସୋମବାର ପୁନଶ୍ଚ ଉକ୍ତ କର୍ମୀଙ୍କୁ ନାରାୟଣଗୁଡା କେନ୍ଦ୍ରରୁ ବହିଷ୍କାର ଦାବି କରି ଧାରଣାରେ ବସି ରହିଛନ୍ତି ଗ୍ରାମର ମହିଳା । ଏନେଇ ସିଡ଼ିପିଓଙ୍କ ମତାମତ ଲୋଡିବାରୁ ବହିଷ୍କାର କିମ୍ବା ବଦଳି ତାଙ୍କ ପରିସରଭୁକ୍ତ ନୁହେଁ ସମସ୍ୟା ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details