ରାୟଗଡା: ନଈ ପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଗୁରୁବାର ସନ୍ଧ୍ୟାରେ ରାୟଗଡାର କଲ୍ୟାଣସିଂହପୁର ଅଞ୍ଚଳର ନାଗାବଳୀ ନଈ ପଠାରୁ ପୋତା ହୋଇଥିବା ଅବସ୍ଥାରେ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।
ସୂଚନା ଅନୁଯାୟୀ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର କୁମ୍ଭାରଗୁଡା ନିକଟ ନାଗାବଳୀ ନଈ ପଠାରୁ ପୋତା ହୋଇଥିବା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । କୁମ୍ଭାରଗୁଡା ଗାଁର କିଛି ଲୋକ ସନ୍ଧ୍ୟାରେ ନଈକୁ ଗାଧୋଇବାକୁ ଯାଇଥିବା ବେଳେ ନଈ ପଠାରେ ଗୋଟିଏ ପାଦ ବାହାରି ଥିବା ଦେଖିବାକୁ ପାଇଥିଲେ । ଏହାପରେ ଗ୍ରାମବାସୀ କଲ୍ୟାଣସିଂହପୁର ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ କଲ୍ୟାଣସିଂହପୁର ଥାନା ଅଧିକାରୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳି ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲେ ।