ଓଡିଶା

odisha

ETV Bharat / state

୬ କିଲୋମିଟର ଚାଲିଲେ ପ୍ରସୂତି, ରାସ୍ତାରେ ହେଲା ପ୍ରସବ - baby birth on road in rayagada

୬ କିଲୋମିଟର ଚାଲି ଚାଲି ରାସ୍ତାରେ ପ୍ରସୂତିଙ୍କ ପ୍ରସବ । ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ପ୍ରସବ କଲେ ମହିଳା । ଆମ୍ବୁଲାନ୍ସ ନମିଳିବାରୁ ବିଷମକଟକ ବ୍ଲକ କଡିଗୁମା ଗ୍ରାମର ଜଣେ ଡଙ୍ଗରିଆ ଆଦିବାସୀ ମହିଳା ଡାକ୍ତରଖାନାକୁ ଚାଲି ଚାଲି ଯିବା ସମୟରେ ପ୍ରସବ କରିଛନ୍ତି ।

ଡିଜାଇନ ଫଟୋ

By

Published : Jul 30, 2019, 9:58 PM IST

ରାୟଗଡା: ଜିଲ୍ଲାରେ କମିବାର ନା ନେଉନି ଜନନୀ ଯନ୍ତ୍ରଣା । ଆମ୍ବୁଲାନ୍ସ ନମିଳିବାରୁ ବାଟରେ ବିଷମକଟକ ବ୍ଲକ କଡିଗୁମା ଗ୍ରାମର ଜଣେ ଡଙ୍ଗରିଆ ଆଦିବାସୀ ପ୍ରସୂତିଙ୍କ ପ୍ରସବ । ଡାକ୍ତରଖାନାକୁ ଚାଲି ଚାଲି ଯିବା ସମୟରେ ବାଟରେ ପ୍ରସବ କରିଛନ୍ତି ମହିଳା । ଯାହା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ବିଷମକଟକ କଡିଗୁମା ଗ୍ରାମର ଡଙ୍ଗରିଆ ଆଦିବାସୀ ମହିଳା ତଲେଡି ତୁଇକା ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିଲେ । ତେବେ ଗାଁକୁ ରାସ୍ତା ନଥିବାରୁ ଚାଲି ଚାଲି ନିକଟସ୍ଥ ଛକକୁ ଆସିବାକୁ ପଡିଥିଲା । ତେବେ 2 କିଲୋମିଟର ଚାଲିବା ପରେ ବାଟରେ ତାଙ୍କର ପ୍ରସବ ହୋଇଥିଲା । ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ।

ପରେ ଶିଶୁକୁ ଧରି ପୁଣି 4 କିଲୋମିଟର ଚାଲି ଚାଲି ନିକଟସ୍ଥ ଦେଗାଁ ଛକରେ ପହଞ୍ଚିଥିଲେ । ତଥାପି ଆମ୍ବୁଲାନ୍ସ ଆସିନଥିବାରୁ ଆଶା ଦିଦିଙ୍କ ସହାୟତାରେ ଏକ ଗାଡି ଭଡା କରି ଉଭୟ ମା’ ଓ ପିଲାଙ୍କୁ ବିଷମକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏବେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details