ରାୟଗଡା: ଫିକା ପଡିଲା ରଜ ମଉଜ । ସମସ୍ତ ମଜାମସ୍ତି ଉପରେ କଟକଣା ଲଗାଇଲା କୋରୋନା । ତଥାପି ଗଣପର୍ବ ରଜକୁ ପୁରରୁ ପଲ୍ଲୀ ସଭିଏଁ ପାଳୁଛନ୍ତି । ଆଜି ରଜ ଦ୍ବିତୀୟ ଦିନ ଅର୍ଥାତ ରଜ ସଂକ୍ରାନ୍ତି । ଏହି ଅବସରରେ ସରକାରଙ୍କ ସମସ୍ତ ଗାଇଡଲାଇନକୁ ମାନି ରାୟଗଡାର ମହିଳା ସଙ୍ଗଠନ ଶକ୍ତି ବାହିନୀ ପକ୍ଷରୁ ପାଳନ କରାଯାଉଛି ଏହି ମହୋତ୍ସବ ।
ମଉଜକୁ ଫିକା କଲା କୋରୋନା: ମାସ୍କ ସହ ସାମାଜିକ ଦୂରତା ରକ୍ଷା କରି ପାଳିଲେ ରଜ - raja celebration
ଚଳିତ ବର୍ଷ ରଜ ମଉଜ ଉପରେ ଲାଗିଛି କୋରୋନା କଟକଣା । ତଥାପି ସରକାରଙ୍କ ନିୟମ ମାନି ରଜ ପାଳିଛନ୍ତି ରାୟଗଡାବାସୀ । ଅଧିକ ପଢନ୍ତୁ...
ମୁହଁରେ ମାସ୍କରେ ସାମାଜିକ ଦୂରତା ପାଳିଲେ ରଜ
ପ୍ରତିବର୍ଷ ଏଠାରେ ବେଶ ଧୂମଧାମରେ ରଜ ପାଳନ ହେଉଥିବା ବେଳେ କୋରୋନା ପାଇଁ ଏ ବର୍ଷ ଟିକିଏ ଫିକା ପଡି ଯାଇଛି । ସୀମିତ ସଭ୍ୟଙ୍କୁ ନେଇ ମୁହଁରେ ମାସ୍କ ପିନ୍ଧିବା ସାଙ୍ଗକୁ ସାମାଜିକ ଦୁରତ୍ୱ ରକ୍ଷା କରି ଦୋଳି ଖେଳିବା, ଝୋଟି ଚିତା ଆଙ୍କିବା, ରଜଗୀତ ଗାଇବା ଆଦି ପ୍ରତିଯୋଗିତାରେ ଭାଗ ନେଉଛନ୍ତି ସଂଘର ସଦସ୍ୟ । ତେବେ ରଜ ଓଡିଶାର ଗଣ ପର୍ବ ହୋଇଥିବାରୁ ଏହାକୁ ରକ୍ଷା କରିବା ପାଇଁ ସଂପୂର୍ଣ୍ଣ ନିରାଡମ୍ବର ଭାବେ ପାଳୁଛନ୍ତି ରଜ ଉତ୍ସବ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ