ଓଡିଶା

odisha

ETV Bharat / state

ମହିଳା ସରକାରୀ ଅଧିକାରୀଙ୍କ ପ୍ରେମ ଜାଲରେ ରସିକିଆ ପିଇଟି ଶିକ୍ଷକ ! ଥାନାର ଦ୍ବାରସ୍ଥ ହେଲେ ପତ୍ନୀ - ଶିକ୍ଷକଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ

ରାୟଗଡ଼ା ଜିଲ୍ଲାର ଜଣେ ସରକାରୀ ବାବୁଆଣୀଙ୍କ ପ୍ରେମରେ ପଡ଼ି ଯାଇଛନ୍ତି ଜଣେ ରସିକିଆ ପିଇଟି ଶିକ୍ଷକ । ଏନେଇ ସଂପୃକ୍ତ ଶିକ୍ଷକଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ ଘଟଣା ପ୍ରଘଟ ହୋଇଛି । ଅଧିକ ପଢ଼ନ୍ତୁ

ମହିଳା ସରକାରୀ ଅଧିକାରୀଙ୍କ ପ୍ରେମ ଜାଲରେ ରସିକିଆ ପିଇଟି ଶିକ୍ଷକ
ମହିଳା ସରକାରୀ ଅଧିକାରୀଙ୍କ ପ୍ରେମ ଜାଲରେ ରସିକିଆ ପିଇଟି ଶିକ୍ଷକ

By

Published : Jul 11, 2023, 10:57 PM IST

Updated : Jul 12, 2023, 11:23 AM IST

ରସିକିଆ ପିଇଟି ଶିକ୍ଷକ

ରାୟଗଡ଼ା: ବୈବାହିକ ଜୀବନକୁ ଦୀର୍ଘ ୧୭ ବର୍ଷ ବିତି ସାରିଥିବା ବେଳେ ଜଣେ ସରକାରୀ ବାବୁଆଣୀଙ୍କ ପ୍ରେମରେ ପଡ଼ି ଯାଇଛନ୍ତି ଜଣେ ରସିକିଆ ପିଇଟି ଶିକ୍ଷକ । ଅନ୍ୟର ହସଖୁସିର ପରିବାରରେ ନିଆଁ ଲଗେଇବା ସହ ନିଜ ଧର୍ମପତ୍ନୀକୁ ଶାରିରୀକ ଓ ମାନସିକ ଯନ୍ତ୍ରଣା ଦେଇ ଆସୁଥିବା ଭଳି ଅଭିଯୋଗ ପହଞ୍ଚିଛି ରାୟଗଡା ଥାନାରେ । ଏଭଳି ଘଟଣାକୁ ନେଇ ରାୟଗଡା ସହରରେ ଚର୍ଚ୍ଚା ଜୋର ଧରିଛି । ଗତକାଲି ରାୟଗଡା ଥାନାରେ ନିଜ ସ୍ବାମୀ, ଶାଶୁ ଓ ସରକାରୀ ଅଧିକାରିଣୀଙ୍କ ବିରୋଧରେ ଜନେକ ମହିଳା ଜଣକ ଏତଲା ଦେବାପରେ ଆଜି ରାୟଗଡା ଜିଲ୍ଲାପାଳ ସ୍ଵଧାଦେବ ସିଂହ ଏବଂ ଏସ୍‌ପି ବିବେକାନନ୍ଦ ଶର୍ମାଙ୍କୁ ଭେଟିବା ପରେ ଘଟଣା ପଦାକୁ ଆସିଛି ।

ରାୟଗଡା ଜିଲ୍ଲା ଶିକ୍ଷା ବିଭାଗର କ୍ରୀଡା ଶିକ୍ଷକ ପ୍ରଶାନ୍ତ କୁମାର ନାଏକ ଓ ଜିଲ୍ଲାର ଜନୈକା ସରକାରୀ ଅଧିକାରୀଙ୍କ ମଧ୍ୟରେ ଅନୈତିକ ସଂପର୍କ ରହିଥିବା କ୍ରୀଡା ଶିକ୍ଷକଙ୍କ ସ୍ତ୍ରୀ ବିଷ୍ଣୁପ୍ରିୟା ନାଏକ ରାୟଗଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏପରିକି ସେହି ମହିଳା ଅଧିକାରୀଙ୍କ ସହ କ୍ରୀଡ଼ା ଶିକ୍ଷକଙ୍କ ପ୍ରେମ ସଂପର୍କ ଗତ ୪ ମାସ ହେବ ଗଢି ଉଠିଥିବା ବେଳେ ଏହାକୁ ବିରୋଧ କରିବାରୁ ଅଭିଯୋଗ କାରିଣୀଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ସେ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । କ୍ରୀଡା ଶିକ୍ଷକ ପ୍ରଶାନ୍ତ ନାଏକ ଭଲ ଗୀତ ଗାଉଥିବାରୁ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିଥାନ୍ତି । ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଅନେକ କାର୍ଯ୍ୟକ୍ରମଗୁଡିକ ପରିବେଷଣ ପାଇଁ ପ୍ରଶାନ୍ତକୁ ସେହି ଅଧିକାରୀ ଅନୁକମ୍ପା ଦେଖାଇ ଲକ୍ଷାଧିକ ଟଙ୍କା ପ୍ରଦାନ କରିଛନ୍ତି । ଯାହାକୁ ନେଇ ପ୍ରଶାନ୍ତ ଓ ସେହି ମହିଳା ଅଧିକାରୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଏବେ ଅନୈତିକ ସମ୍ପର୍କ ଯାଏଁ ପହଞ୍ଚିଥିବା ବିଷ୍ଣୁପ୍ରିୟା ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସ୍କୁଲରେ ଚାଲିଥିଲା ପ୍ରଧାନ ଶିକ୍ଷକଙ୍କ ରାସଲୀଳା, ଚପଲ ମାଳ ପିନ୍ଧାଇଲେ ଗାଁ ଲୋକେ

ଘଟଣାକୁ ନେଇ ଅନେକ ସମୟରେ ପରିବାର ମଧ୍ୟରେ କଳହ ଲାଗି ରହିଥିବା ବେଳେ ସ୍ବାମୀ ପ୍ରଶାନ୍ତ ତାଙ୍କ ସହ ଚଳେଇ ନେବାକୁ ବାଧ୍ୟ କରିବାକୁ କହୁଥିବା ପତ୍ନୀ ଅଭିଯୋଗ କରିଛନ୍ତି । ସେହି ମହିଳା ଅଧିକାରୀଙ୍କ ଜନ୍ମଦିନରେ ପ୍ରଶାନ୍ତଙ୍କ ଘରେ କେକ୍ କଟାଯାଇ ପାଳନ କରାଯାଇଥିଲା । ଯାହାକୁ ବିଷ୍ଣୁପ୍ରିୟା ବିରୋଧ କରିଥିଲେ ମଧ୍ୟ କେହି ଶୁଣିନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏବେ ମଧ୍ୟ ଉଭୟଙ୍କ ମଧ୍ୟରେ ପୂର୍ବଭଳି ସମ୍ପର୍କ ରହିଥିବା ବେଳେ ପ୍ରତିବାଦ କଲେ ଶାଶୁ ମଧ୍ୟ ମାଡ ମାରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ପତ୍ନୀ । ଏନେଇ ଆଜି ଅଭିଯୋଗକାରିଣୀ ଏକ ସାମାଜିକ ସଙ୍ଗଠନର ସଦସ୍ୟ ଏବଂ ମାନବାଧିକାର କର୍ମୀ ସନ୍ତୋଷୀ ସେନାପତିଙ୍କ ସହାୟତାରେ ଆଜି ରାୟଗଡା ଜିଲ୍ଲାପାଳ ସ୍ଵଧାଦେବ ସିଂହ ଏବଂ ଏସ୍‌ପି ବିବେକାନନ୍ଦ ଶର୍ମାଙ୍କୁ ଭେଟିବା ପରେ ପ୍ରଶାସନ ଏହି ଘଟଣାକୁ ଗୁରୁତର ସହିତ ନେଇଛି । ସନ୍ଧ୍ୟାରେ ରାୟଗଡା ଥାନାରେ ଶାଶୁ ଭାରତୀ ନାୟକ, କ୍ରୀଡା ଶିକ୍ଷକ ପ୍ରଶାନ୍ତ କୁମାର ନାଏକ, ସମ୍ପୃକ୍ତ ମହିଳା ଅଧିକାରୀ ଓ ବିଷ୍ଣୁପ୍ରିୟା ନାଏକଙ୍କୁ ଡାକି ଘଟଣା ବିଷୟରେ ତଦନ୍ତ କରୁଛି ପୁଲିସ । ତେବେ ଏନେଇ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଶାନ୍ତ ।

ଇଟିଭି ଭାରତ, ରାୟଗଡ଼ା

Last Updated : Jul 12, 2023, 11:23 AM IST

ABOUT THE AUTHOR

...view details