ଓଡିଶା

odisha

ETV Bharat / state

କେବେ ମିଳିବ ସୀତାଫଳର ଉଚିତ ମୂଲ୍ୟ ? - ସୀତାଫଳ

ମୂଲ ହରାଉଛି ଅମୁଲ ମୂଲ ପାହାଡି ଆତଫଳ । ଜୀବନକୁ ବାଜି ଲଗାଇ ପେଟ ପାଇଁ ନାଟ କରୁଥିବା ଏହି ନୀରିହ ଆଦବାସୀଙ୍କ ପାଇଁ ସାରା ଦେଶ ଏହି ଫଳ ସ୍ବାଦ ନେଉଛି । ହେଲେ ପ୍ରଶାସନିକ ଓ ସରକାରୀ ଉଦାସିନତା ସେମାନଙ୍କୁ ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ରଖିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

By

Published : Aug 30, 2019, 11:05 PM IST


ରାୟଗଡା: ମୂଲ ହରାଉଛି ଅମୁଲ ମୂଲ ପାହାଡି ଆତଫଳ । ଭଲ କରି ଦେଖନ୍ତୁ ଟିକେ ଏହି ଦୃଶ୍ୟକୁ...କେମିତି ଜୀବନକୁ ବାଜି ଲଗାଇ ଚାଲିଛି ପେଟ ପାଇଁ ନାଟ । ନଦୀ ଗର୍ଭରେ ପ୍ରଖର ପାଣି ସ୍ରୋତରେ ନଦୀପାରି ହେଉଛନ୍ତି ଆଦିବାସୀ । ଆଉ ଏ ଦୃଶ୍ୟ ହେଉଛି ଆତଫଳ ହାଟର । ଯେଉଁଠି ଚାଲିଛି ମୂଳଚାଲ । ଯାହା ବି ମୂଲ ମିଳୁଛି ତାହା ବିନା ଦ୍ବନ୍ଦ୍ବରେ ମହାଜନକୁ ଦେଉଛନ୍ତି ଏହି ନୀରିହ ଆଦିବାସୀ । ଏସମସ୍ତ ଦୃଶ୍ୟ ହେଉଛି ରାୟଗଡା ଅଞ୍ଚଳର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା ହେଉ କି ମାଲକାନଗିରି ଅବା ନବରଙ୍ଗପୁର ରାଜ୍ୟ ବାହାରେ ସୀତାଫଳ (ସୀତଫଳ)ର ବେଶ ଚାହିଦା ରହିଛି । ପାଖାପାଖି 90 ପ୍ରତିଶତ ଆତଫଳ ରାଜ୍ୟ ବାହାରକୁ ରପ୍ତାନୀ ହେଉଛି । ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ, ଚେନ୍ନାଇ ଆଦି ସହରରେ ଏହି ଫଳର ଚାହିଦା ରହିଥିବାବେଳେ ସ୍ଥାନୀୟ ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ । ସାରା ଦେଶ ଯେଉଁମାନଙ୍କ ପରିଶ୍ରମରେ ଏହି ସୁସ୍ବାଦୁ ଫଳର ମଜା ନେଉଛନ୍ତି ସେମାନେ ଆଜି ଅବହେଳିତ । ଖାଲି ଅବହେଳିତ ନୁହେଁ ଉଚିତ୍ ପାଉଣା ପାଇବା ତ ଦୂରର କଥା ଆବଶ୍ୟକ ଆର୍ଥିକ ସହାୟତା ଏବଂ ଶୀତଳ ଭଣ୍ଡାର ମଧ୍ୟ ଏମାନଙ୍କୁ ମିଳୁନାହିଁ । ଫଳରେ ବାଧ୍ୟ ହୋଇ ନୀରିହ ଆଦିବାସୀ ଯାହା ଯେତେ ଦର ମିଳୁଛି, ମହାଜନକୁ ଦେଉ ହେଉଛନ୍ତି ।

ସେପଟେ ରାଜ୍ୟସ୍ତରରୁ ଜିଲ୍ଲ ପର୍ଯ୍ୟନ୍ତ 'ଓରମାସ' ଭଳି ସରକାରୀ ସଂସ୍ଥା କାମ କରୁଛନ୍ତି । କିନ୍ତୁ ଅଭିଭକ୍ତ ରାୟଗଡା ଜିଲ୍ଲାରେ ସୁପ୍ତ ସମ୍ପୃକ୍ତ ବିଭାଗ । ଯଦ୍ବାରା ନିଜେ ପରିଶ୍ରମ କରି ମଧ୍ୟ ଠିକ୍‌ ମୂଲ୍ୟ ପାଇବାରୁ ବଞ୍ଚିତ ଏହି ଆଦିବାସୀ ।

ତେବେ କେବେ ନିଦରୁ ଉଠିବ ଓରମାସ ? କେବେ ନିଜ ଦାୟିତ୍ବ ତୁଳାଇବ ଜିଲ୍ଲା ଯୋଗାଣ ବିଭାଗ ? ଆଉ କେତେ ଦିନ ପରେ ଆଦିବାସୀ ତାଙ୍କ ମୂଲ୍ୟ ପାଇବେ ? ତାହା ଅପେକ୍ଷାରେ...

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details