ଓଡିଶା

odisha

ETV Bharat / state

ଉତ୍କଟ ପାନୀୟ ଜଳ ସମସ୍ୟା: ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ - ପାନୀୟ ଜଳ ସମସ୍ୟା

ପାନୀୟ ଜଳର ଉତ୍କଟ ସମସ୍ୟା ନେଇ ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ । ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକ ଅଧିନ ପାତ୍ରଗୁଡା ପଞ୍ଚାୟତର କରଡ଼ାବନ୍ଧ ଗାଁ । ଅଧିକ ପଢନ୍ତୁ...

ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ
ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

By

Published : Mar 20, 2021, 12:12 PM IST

ରାୟଗଡା: ପାନୀୟ ଜଳର ଉତ୍କଟ ସମସ୍ୟା ନେଇ ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ । ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକ ଅଧିନ ପାତ୍ରଗୁଡା ପଞ୍ଚାୟତର କରଡ଼ାବନ୍ଧ ଗାଁ । ଏହି ଗାଁରେ ଲାଗି ରହିଛି ପାଣି ସମସ୍ୟା । ଦିନେ କି ଦୁଇଦିନ ନୁହେଁ ବରଂ ମାସ ମାସ ଧରି ପାଣିଟିକିଏ ପାଇଁ ସଂଘର୍ଷ କରୁଛନ୍ତି ଏଠାକାର ଅଧିବାସୀ ।

ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ଗ୍ରାମରେ ଲାଗି ରହିଥିବା ପାନୀୟ ଜଳର ଉତ୍କଟ ସମସ୍ୟା ନେଇ ପଞ୍ଚୟତରୁ ବ୍ଲକ ପର୍ଯ୍ୟନ୍ତ ଧାଇଁ ଧାଇଁ ନୟାନ୍ତ ହେଲେଣି ଗ୍ରାମବାସୀ ଫଳରେ ବାଧ୍ୟ ହୋଇ ପାତ୍ରଗୁଡା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଠୁଙ୍କିଲେ ଢ଼ାବାସାହିର ଶତାଧିକ ମହିଳା ଓ ପୁରୁଷ । ଗୋଟେ ପଟେ ଅସହ୍ୟ ଗ୍ରୀଷ୍ମ ସାଙ୍ଗକୁ ଜଳ କଷ୍ଟ ବ୍ୟଥିତ କରିଛି ଗ୍ରାମବାସୀଙ୍କୁ । ଦୀର୍ଘ ଏକ ମାସ ହେବ ପାନୀୟ ଜଳର ସଙ୍କଟ ନେଇ ସଂଘର୍ଷ କରୁଥିବା ଗ୍ରାମବାସୀ ଗ୍ରୀଷ୍ମର ପ୍ରବାହରେ ଜଳ କଷ୍ଟ ଅସମ୍ଭାଳ ହେବାରୁ ବାଧ୍ୟ ହୋଇ ପଞ୍ଚାୟତକୁ ହଣ୍ଡାହାଣ୍ଡି ଧରି ଦୌଡି ଆସିଛନ୍ତି ଗାଁରେ ପାଣିର ବ୍ୟବସ୍ଥା କରିବା ପାଇଁ ।

ଗାଁ ଲୋକେ ପଞ୍ଚାୟତରେ ତାଲା ପକାଇବା ଖବର ପାଇ ଚେଇଁ ଉଠିଛି ବ୍ଲକ ପ୍ରଶାସନ । ମୁନିଗୁଡା ବ୍ଲକ ପ୍ରଶାସନ ତରଫରୁ ଏକ ଟିମ୍ ଲୋକଙ୍କୁ ବୁଝାସୁଝା କରିବା ସହ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବା ନେଇ ଲିଖିତ ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରି ଥିଲେ ଗ୍ରାମବାସୀ । ଗ୍ରୀଷ୍ମ ପୂର୍ବରୁ ପ୍ରଶାସନ ବୈଠକ ପରେ ବୈଠକ କରୁଛି କିନ୍ତୁ ତୃଣମୂଳ ସ୍ତରର କାର୍ଯ୍ୟକାରୀ ହେଉ ନାହିଁ । ଏ ଦିଗରେ ଯଦି ଦୃଷ୍ଟି ଦିଆଯାଏ ତେବେ ନିଶ୍ଚିତ ଜଳକଷ୍ଟରୁ ମୁକ୍ତି ମିଳିବ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details