ରାୟଗଡା:ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଲଗାଣ ବର୍ଷାରେ ଶହ ଶହ ଏକର ଜମିରେ ବାଲିଚର ଯୋଗୁଁ ଚାଷ ନଷ୍ଟ ହେବା ସହ ଘରେ ପଶିଛି ପାଣି । ଏଭଳି ଘଟଣା ଦେଖିବାକୁ ମିଳିଛି ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଭୈରବଗଡରେ । ଭୈରବଗଡର ଦକ୍ଷିଣ ଦିଗରେ ପ୍ରବାହିତ ହୋଇଛି ସକଟା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କେନାଲ । ଦୀର୍ଘ ଦିନ ହେଲା ଉକ୍ତ କେନାଲଟି ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଟିକିଏ ବର୍ଷା ହେଲେ ଅନେକ ଜାଗାରେ ଘାଇ ସୃଷ୍ଟି ହେଉଛି । ବିଗତ ତିନି ଦିନ ଧରି ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିବା ଫଳରେ କେନାଲ ଟି ବିଭିନ୍ନ ଜାଗାରେ ଭାଙ୍ଗି ଘାଇ ସୃଷ୍ଟି ହୋଇଛି ।
ଲଗାଣ ବର୍ଷାରେ ଚାଷ ଜମି ନଷ୍ଟ, ଘରେ ପଶିଲା ପାଣି - ରାୟଗଡାରେ ବନ୍ୟା ପରିସ୍ଥିତି
ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଭୈରବଗଡରେ ଲଗାଣ ବର୍ଷାରେ ଶହ ଶହ ଏକର ଜମିରେ ବାଲିଚର ଯୋଗୁଁ ଚାଷ ନଷ୍ଟ ହେବା ସହ ଘରେ ପଶିଲା ପାଣି ।ଅଧିକ ପଢନ୍ତୁ
ଲଗାଣ ବର୍ଷାରେ ଚାଷ ଜମି ନଷ୍ଟ, ଘରେ ପଶିଲା ପାଣି
ଫଳରେ ଅନେକ ଚାଷ ଜମିରେ ବନ୍ୟାଜଳ ପଶି ବାଲିଚର ମାଡିବା ସହିତ ଚାଷ ଜମିର ବ୍ୟାପକ କ୍ଷତି ହେଇଥିବା ଦେଖିବାକୁ ମିଳିଛି । ଏପରିକି ଦୁର୍ବଳ କେନାଲ ଭାଙ୍ଗି ଯାଇଥିବା ଯୋଗୁଁ ଭୈରବଗଡ ଗାଁର ଅନେକଙ୍କ ଘରେ ପାଣି ପଶିଛି । ଏଥିଯୋଗୁଁ ଘରେ ଥିବା ସବୁ ଜିନିଷ ପାଣିରେ ଭାସି ଯାଇଥିବା ଜଣାପଡିଛି । ହେଲେ କେନାଲ ବନ୍ଧ ମରାମତି ପାଇଁ ଗାଁ ଲୋକେ ମୁନିଗୁଡ଼ା କ୍ଷୁଦ୍ର ଜଳସେଚନ ବିଭାଗୀୟ ଅଧିକାରୀଙ୍କୁ ଭେଟି ଜଣେଇଥିଲେ ସୁଦ୍ଧା କେହି ତାଙ୍କ କଥା ଶୁଣୁନଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ ।
ଇଟିଭି ଭାରତ, ରାୟଗଡା
Last Updated : Aug 16, 2022, 9:21 PM IST